୨୫ କେଜି ଗଞ୍ଜେଇ ସହ ୨ ଅଭିଯୁକ୍ତ ଗିରଫ

0
475

ଭଞ୍ଜନଗର :  ସ୍କୁଟିରେ ଚାଲାଣ ହେଉଥିଲା ଗଞ୍ଜେଇ। ଖବର ପାଇ ଚଢଉ କଲା ପୁଲିସ। ଭଞ୍ଜନଗର ଥାନା ଅଧୀନ କନ୍ଧମାଳ-ଗଂଜାମ ସୀମାନ୍ତ ଦୁର୍ଗାପ୍ରସାଦ ଛକ ନିକଟରେ ଏକ ସ୍କୁଟିରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ବାରଖମା ଗ୍ରାମର ଲୁଧିଆ ଦିଗାଲ ଏବଂ ଗଂଜାମ ଜିଲ୍ଲା ଆସ୍କା ଥାନା ନବରତ୍ନପୁର ଗ୍ରାମର ଗଣେଶ ବେହେରା କନ୍ଧମାଳ ଜିଲ୍ଲାର ବାରଖାମା ରୁ ଗଞ୍ଜେଇ ଧରି ଭୁବନେଶ୍ବରକୁ ଯାଉଥିଲେ। ଏହି ସମ‌ୟରେ ଏସ୍‌ଆଇ କେଶବ ଷଢଙ୍ଗୀ ପେଟ୍ରୋଲିଂ କରିବା ସମୟରେ ସନ୍ଦେହରେ ଦୁଇଜଣଙ୍କୁ ଅଟକାଇ ଯାଞ୍ଚ କରିଥିଲେ।
ସେମାନଙ୍କ ପାଖରେ ଥିବା ଏକ ବ୍ୟାଗ୍‌ରୁ ଗଞ୍ଜେଇ ଥିବା ଜାଣି ତାକୁ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲେ। ମାଜି‌ଷ୍ଟ୍ରେଟ୍‌ ତଥା ସହକାରୀ ଜିଲାପାଳ ବାରିଆଲ ମୁର୍ମୁଙ୍କ ଉପସ୍ଥିତିରେ ସେମାନଙ୍କ ଠାରୁ ୨୫ କେଜି ୩୧୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି। ଏନେଇ ଏନ୍ଡିପିଏସ୍ ଆକ୍ଟ ଅନୁସାରେ କେସ୍‌ ନମ୍ବର ୭୦/୨୨ ରେ ଏକ ମାମଲା ରୁଜୁ ହୋଇଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି
ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here