ନିଆଁ ଲାଗି ୫୦ବସ୍ତା ଗୂଡ଼ ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

0
518

କୋଷାଗୁମୁଡା ( ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଭଣ୍ଡାରୀଗୁଡା ଗ୍ରାମରେ ରବିବାର ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ଏକ ଆଖୁ ବାଡ଼ରେ ହଟାତ ନିଆଁ ଲାଗି ୫୦ ବସ୍ତା ଗୂଡ଼ ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଭଣ୍ଡାରୀଗୁଡା ଗ୍ରାମର ସନଧର ଭତରା ଓ ସନସାଇ ଯାନୀ ଦୁହେଁ ଗ୍ରାମ ନିକଟରେ ଚଳିତ ବର୍ଷ ପ୍ରାୟ ୩ ଏକର ଆଖୁ ଚାଷ କରିଥିଲେ । କିଛି ଦିନ ତଳେ ଆଖୁ ଅମଳ କରି ଆଖୁ ବାଡ଼ରେ ୫୦ ବସ୍ତା ଗୂଡ଼ କରି ରଖିଥିଲେ ଓ ଆଉ ପ୍ରାୟ ୫୦ ସେଣ୍ଟ ଜମିରେ ଆଖୁ କଟା ନହୋଇ ଜମିରେ ଆଖୁ ଥିଲା । ହେଲେ ଆଜି ଅପରାହ୍ନ ପ୍ରାୟ ୩ ଟା ବେଳେ କୌଣସି କାରଣରୁ ଆଖୁ ବାଡ଼ର ଅସ୍ଥାୟୀ କୁଡ଼ିଆ ରେ ହଟାତ ନିଆଁ ଲାଗିଗଲା । ନିଆଁ ଲାଗି ଯିବାରୁ କୁଡ଼ିଆରେ ଥିବା ୫୦ ବସ୍ତା ଗୂଡ଼ , ନଗଦ ୩୦ ହଜାର ଟଙ୍କା , ପ୍ରାୟ ୧୦ ହଜାର ଟଙ୍କାର ରାସନ ସାମଗ୍ରୀ , ଗୋଟିଏ ଏଣ୍ଡ୍ରଡ଼ ମୋବାଇଲ , ଲୁଗାପଟା ସହ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ର ସମ୍ପତି ନିଆଁ ରେ ପୋଡି ପାଉଁଶ ହୋଇଯାଇଛି ବୋଲି କ୍ଷତିଗ୍ରସ୍ତ ଚାଷୀ କହିଛନ୍ତି । ନିଆଁ ଲାଗି ଜାଣି କୋଷାଗୁମୁଡା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ କିନ୍ତୁ ଦମକଳ ଆସିବା ପୂର୍ବରୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ଏହି ଦୁଇ ଚାଷୀ ଧାର କରଜ କରି ଆଖୁ ଚାଷ କରିଥିଲେ , ଆଜି ନିଆଁ ରେ ସବୁ ଫସଲ ନଷ୍ଟ ହୋଇଯିବାରୁ ଦୁହେଁ ଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏଣୁ ପ୍ରଶାସନ ତରଫରୁ ଉକ୍ତ ଦୁଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here