ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ ପାଇଁ ଲିଖିତ ଚୟନ ପରୀକ୍ଷା

0
263

ବୁଗୁଡା(ଅନିଲ କୁମାର ମହାରଣା ) ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆରେ ସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଅଧ୍ୟୟନ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଲିଖିତ ଚୟନ ପରୀକ୍ଷା ମାର୍ଚ୍ଚ ୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଗୋଲିଆର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ପାଇଁ ୮୦ ଜଣ, ସପ୍ତମ ଶ୍ରେଣୀ ପାଇଁ ୩ ଜଣ, ଅଷ୍ଟମ ଶ୍ରେଣୀ ପାଇଁ ୪ ଜଣ ଓ ନବମ ଶ୍ରେଣୀ ପାଇଁ ୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ସ୍ଥାନ ରହିଥିବା ବେଳେ ଏହି ସବୁ ସ୍ଥାନ ପାଇଁ ଲିଖିତ ପରୀକ୍ଷା ହୋଇଥିଲା। ଷଷ୍ଠ ଶ୍ରେଣୀ ପାଇଁ ୧୨୫ ଜଣ ଆବେଦନ କରି ଥିବା ବେଳେ ଜଣେ ଅନୁପସ୍ଥିତ ଥିବା ବେଳେ ୧୨୪ ଜଣ ପରୀକ୍ଷା ଦେଇଛନ୍ତି। ସପ୍ତମ ଶ୍ରେଣୀ ପାଇଁ ୧୨ ଜଣ ଆବେଦନ କରିଥିବା ବେଳେ ସମସ୍ତେ ପରୀକ୍ଷା ଦେଇଛନ୍ତି। ଅଷ୍ଟମ ଶ୍ରେଣୀ ପାଇଁ ୬ ଜଣ ଆବେଦନ କରିଥିବା ବେଳେ ଜଣେ ଅନୁପସ୍ଥିତ ଓ ୫ ଜଣ ପରୀକ୍ଷା ଦେଇଛନ୍ତି। ନବମ ଶ୍ରେଣୀ ପାଇଁ ୬ ଜଣ ଆବେଦନ କରିଥିବା ବେଳେ ସମସ୍ତେ ପରୀକ୍ଷା ଦେଇଛନ୍ତି। ନବମ ଶ୍ରେଣୀରେ ୯ ଟି ସ୍ଥାନ ଖାଲି ଥିବା ବେଳେ ମାତ୍ର ୬ ଜଣ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପରିଚାଳନା ଦ୍ବାୟୀତ୍ୱ ଓଏଭି ର ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରସାଦ ଜେନା ବହନ କରୁଥିବା ବେଲବ ପର୍ଯ୍ୟବେକ୍ଷକ ଭାବେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି କାର୍ଯ୍ୟ ସମ୍ପାଦନ କରିଥିଲେ। ପରୀକ୍ଷା ନିରୀକ୍ଷକ ଭାବେ ଏ.ରାଜେଶ କୁମାର ଦୋରା, ସସ୍ମିତା ଜେନା, ସ୍ମରଣୀକା ଗୁରୁ ଓ ପ୍ରଜ୍ଞାମିକା ସିଂହଦେଓ ପରୀକ୍ଷା କୋଠରିରେ ରହି ଗୁରୁ ଦାୟିତ୍ୱ ବହନ କରିଥିଲେ। ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଶେଷ ବୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here