ବୁଗୁଡା ଏନଏସି ପକ୍ଷରୁ ବୁଲା ପଶୁଙ୍କୁ ଖାଦ୍ୟ ବଣ୍ଟନ

0
259

ବୁଗୁଡା (ନ୍ୟୁଜଏକ୍ସଟ୍ରା ) ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବୁଲା ପଶୁମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ଲକ୍ ଡ଼ାଉନ୍ ଓ ସପ୍ତାହାନ୍ତ ସଟ୍ ଡ଼ାଉନ୍ ଯୋଗୁଁ ବୁଲା ପଶୁମାନଙ୍କୁ ଖାଦ୍ୟ ମିଳି ପାରୁନଥିବା ଯୋଗୁଁ ସହରାଞ୍ଚଳରେ ବୁଲା ପଶୁ ଗାଈ, ଗୋରୁ, କୁକୁର ପ୍ରଭୃତି ମାନଙ୍କୁ ଖାଦ୍ୟ ଦେବାପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସେହି ନିର୍ଦ୍ଦେଶ ପ୍ରକାରେ ବୁଗୁଡା ସହରରେ ଏନଏସି କର୍ମଚାରୀ ବୃନ୍ଦ ବୁଲି ବିଭିନ୍ନ ସ୍ଥାନରେ ରହୁଥିବା ବୁଲା ପଶୁ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିବା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here