ଅହଲ୍ୟାଦେବୀ ମହିଳା କଲେଜରେ ଉଦ୍ୟୋଗୀ ସପ୍ତାହ ପାଳନ

0
284

ବୁଗୁଡା(ଅନିଲ କୁମାର ମହାରଣା ) ଓଡିଶା ସରକାରଙ୍କ ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗ ବିଭାଗ ଆନୁକୂଲ୍ୟରେ ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ମାର୍ଚ୍ଚ ୫ ତାରିଖ ଦିନ ଉଦ୍ୟୋଗୀ ସପ୍ତାହ ପାଳନ ହୋଇଯାଇଛି। ବୁଗୁଡା ବ୍ଲକ ଶିଳ୍ପ ବିଭାଗ ଅଧିକାରୀ ହିମାଂଶୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ୟୋଗୀ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କଲେଜ ଅଧ୍ୟକ୍ଷ ଡକ୍ଟର ବ୍ରଜ କିଶୋର ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ବୃନ୍ଦାବନ ମହାନ୍ତି ଓ ଧରିତ୍ରୀ ନାୟକ ଯୋଗଦେଇଥିଲେ। ଅତିଥି ଓ ଶିଳ୍ପ ଅଧିକାରୀ ଉପସ୍ଥିତ ଛାତ୍ରୀମାନଙ୍କୁ ଶିକ୍ଷା ଶେଷରେ ଚାକିରୀ ପଛରେ ନଧାଇଁ କିପରି ଆତ୍ମା ନିର୍ଭରଶୀଳ ହୋଇପାରିବେ ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ନିର୍ମାଣ କରି ନିଜେ ରୋଜଗାରକ୍ଷମ ହେବାସହ ଅନ୍ୟକୁ ମଧ୍ୟ ରୋଜଗାର ଯୋଗାଇ ପାରିବ ବୋଲି ଶିଳ୍ପ ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here