ଆହୁରି କେତେ ହେବା ଅମାନିଆ ? ନିଜେ ନ ସୁଧୁରିଲେ କହିବ କିଏ ..

0
542

ଗଞ୍ଜାମ(ନିଲୁ ବିଶୋଇ)ଗତ ମାର୍ଚ୍ଚ ମାସ ୧୫ ତାରିଖ ରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ କହୁଛି ଘରେ ରୁହ । ପ୍ରଶାସନ ବାରମ୍ୱାର ଅନୁରୋଧ କରୁଛି ସରକାର ଙ୍କ ନିୟମ ମାନନ୍ତୁ । ଘରୁ ବାହରିବା ବେଳେ ସାଧାରଣ କଥାଟି ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତ୍ୱ ରଖନ୍ତୁ ଏବଂ ହାତ କୁ ପରିଷ୍କାର କରିବାର ପଦ୍ଧତି କୁ ଆପଣାନ୍ତୁ । ହେଲେ ମାନୁଛି କିଏ । ଆମେ ମାସ୍କ ପିନ୍ଧିବୁନି । ଜୋରିମାନା କେତେ ଦରକାର କୁହନ୍ତୁ । ଦୋକାନ ସମୁଖରେ ସାମାଜିକ ଦୂରତ୍ୱ କୁ ମାନିବୁନି ..ଦୋକାନ ସିଲ୍ ହେଉ ପୁଣି ଖୋଲିବ ନାଁ । ଆବଶ୍ୟକ ନଥିଲେ ମଧ୍ୟ ବାହରକୁ ମୋଟର ଗାଡି ନେଇ ବୁଲିବୁ ..ପୋଲିସ କର୍ମଚାରୀ ଙ୍କୁ ଚଖମ୍ମା ଦେଖାଇ ଖସିଯିବୁ । ଏଭଳି ଅନେକ କଥା ଆମାନିଆ ହୋଇ କରିସାରିଲେଣି । ହେଲେ ମୁଁ ନିଜେ ଯଦି ସୁଧୁରିବି ନାହିଁ ମୋତେ କହିବ କିଏ । ମୋର ଭାଇ , ମାମୁଁ , ପିଉଶା ,ନାନୀ ,ଅଜା ଭଳି ଅନେକ ଇତି ମଧ୍ୟରେ ରୋଜଗାର ହରାଇ ନିଜ ଘରକୁ ପ୍ରବାସୀ ଓଡିଆ ଭାବରେ ଫେରିଛନ୍ତି । ଆଉ ସେମାନଙ୍କ ମଧ୍ୟରେ ଅନେକ କୋରୋନାରେ ଆକ୍ରାନ୍ତ ହେଲେଣି ତ ଆଉ ସେମାନଙ୍କ ପରିବାର ବର୍ଗ ସାହି ପୋଡଶୀ , ସରକାରୀ କର୍ମଚାରୀ , ପୋଲିସ କେହି ବାଦ ପଡିନାହାଁନ୍ତି । ଏଣୁ ମୁଁ ନିଜେ ନ ସୁଧୁରିଲେ ମୋତେ ବା କହିବ କିଏ । ଶେଷରେ କିଛି ହେବନି ବୋଲି ସମସ୍ତେ ଅମାନିଆ ହେଲେ ନେଳିଗୁଡ କହୁଣିକୁ ବୋହିବା ଭଳି ଅନ୍ୟ ଦେଶର କୋରୋନାର ଭୟଭୟତାର ସ୍ଥିତି ହେବନି ତ ଗଂଜାମ। ଏଣୁ ସମସ୍ତେ ସଚେତନ ହୁଅନ୍ତୁ ….ସତର୍କ ରୁହନ୍ତୁ..ଘରେ ରୁହନ୍ତୁ ..ସୁରକ୍ଷିତ ରୁହନ୍ତୁ ।

LEAVE A REPLY

Please enter your comment!
Please enter your name here