ଲାଉଗୁଡା ଅଗ୍ନିକାଣ୍ଡ ର ଶିକାର ହୋଇଥିବା ପରିବାରକୁ ପ୍ରଶାସନ ର ସହାୟତା

0
346

ଶେରଗଡ଼(ଜଗନ୍ନାଥ ସାହୁ )ଲାଓଗଡ଼ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାର ଶିକାର ହୋଇଥିବା 13 ପରିବାରଙ୍କୁ ରେଡକ୍ରସ୍ ତରଫରୁ ପଲିଥିନ ସମେତ 10,000 ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।ସୂଚନା ଅନୁଯାୟୀ ଗତ କାଲି ଦିନ ଦଶ ଟା ସମୟରେ ପାଳଗଦା ରୁ ନିଆଁ ଲାଗି ବିପ୍ର ଗୌଡ଼,ହୀନ ଗୌଡ଼,ନିତ୍ୟାନନ୍ଦ ଗୌଡ଼,ସୁଦର୍ଶନ ଗୌଡ଼,ରବୀନ୍ଦ୍ର ଗୌଡ଼, ଜାଗିଲି ଗୌଡ଼,କୈଳାଶ ଗୌଡ଼, କବିତା ଗୌଡ଼,ପାଣ୍ଡଵ ଗୌଡ଼,ରାଜୁ ଗୌଡ଼,ଲଡ଼ୁ ଗୌଡ଼, ବିଷ୍ଣୁ ଗୌଡ଼ ଙ୍କ ଘର ସମ୍ପୂର୍ଣ ଜଳି ଯିବା ସହ ଗୁହାଳରେ ମଧ୍ୟ ନିଆଁ ଲାଗିଯାଇଥିଲା | ଖବର ପାଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଉପ-ଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର,ବିଡିଓ ସୁରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ଅକ୍ଷୟ ମଳିକ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ |ପ୍ରଶାସନ ତରଫରୁ ବିପନ୍ନ ଙ୍କ ପାଇଁ ସକାଳ ଏବଂ ସନ୍ଧ୍ୟା ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯିବା ସହ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ପୋଷାକ ବ୍ୟବସ୍ଥା ଓ 7 ଦିନ ପାଇଁ ଶୁଖିଲା ଖାଦ୍ୟ ଦିଆଯାଇଥିଲା |ମନରେଗା ଯୋଜନା ମାଧ୍ୟମରେ ତିନିଟି ଗାଈ ଗୁହାଳ ଏବଂ ତିନିଟି ଛେଳି ଗୁହାଳକୁ ମଧ୍ୟ ମଞ୍ଜୁର କରାଯାଇଥିଲା | ମନରେଗା ଅଧୀନରେ ଗୁହାଳ ଗୁଡିକୁ ମଞ୍ଜୁର କରିବା ପାଇଁ ପ୍ରଭାବିତ ପରିବାରଙ୍କ ଠାରୁ ଡକ୍ୟୁମେଣ୍ଟ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି |ଅଗ୍ନିକାଣ୍ଡ ରେ ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା ଘର ପାଇଁ ଗୃହ ନିର୍ମାଣ ସହାୟତା ଏବଂ ପଶୁ ମୃତ୍ୟୁ ପାଇଁ ସରକାରୀ ସହାୟତା ଦେବାପାଇଁ ଶେରଗଡର ତହସିଲ କାର୍ଯ୍ୟାଳୟ ଦ୍ୱାରା କ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ପରିବାରକୁ ସେମାନଙ୍କ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ପ୍ରଶାସନ ତରଫରୁ ପ୍ରତିଶୃତି ଦିଆଯାଇଥିଲା

LEAVE A REPLY

Please enter your comment!
Please enter your name here