କୁକୁର ମୁହଁରୁ ରକ୍ଷା ପାଇଲା ଛୁଆ କୃଷ୍ଣସାର

0
265

ବୁଗୁଡା(ଅନିଲ କୁମାର ମହାରଣା ) ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ବୁଗୁଡା ସେକ୍ସନ ରେ ଏକ ଛୁଆ ମାଇ କୃଷ୍ଣସାର ମୃଗ କୁକୁର କାମୁଡ଼ାରୁ ରକ୍ଷା ପାଇ ଚିକିତ୍ସା ପରେ ସୁସ୍ଥ ହୋଇ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଥିବା ଜଣାପଡିଛି। ମାର୍ଚ୍ଚ ୪ ତାରିଖ ଦିନ ସୋଲୁଣ୍ଡି ସଂରକ୍ଷିତ ଜଙ୍ଗଲର ଗୋଲାମୁଣ୍ଡଳା ନାଳ ନିକଟରେ ଏକ ମାଇ କୃଷ୍ଣସାର ମୃଗକୁ କୁକୁର କାମୁଡି ଦେଇଥିବା ଖବର ପାଇ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନପାଳ ଅଭିରାମ ଖିଲ ଘଟଣା ସ୍ଥଳରେ ପହଞ୍ଚି ଆହତ କୃଷ୍ଣସାର ମୃଗକୁ ଉଦ୍ଧାର କରି ଆଣିଥିଲେ। ପ୍ରାଣୀଧନ ଚିକିତ୍ସକ ଆହତ କୃଷ୍ଣସାର ମୃଗକୁ ଚିକିତ୍ସା ପରେ ବର୍ତ୍ତମାନ କୃଷ୍ଣସାର ମୃଗଟି ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ସୁସ୍ଥ ଥିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ପରେ ମୃଗ ପଲରେ ଛାଡି ଦିଆଯିବ ବୋଲି ରେଞ୍ଜର ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here