ଗଞ୍ଜାମ ଜିଲ୍ଲା ଶିକ୍ଷା କର୍ମଚାରୀ ସଂଘର ସାଧାରଣ ବୈଠକ

0
302

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଶିକ୍ଷା କର୍ମଚାରୀ ସଂଘର ଏକ ସାଧାରଣ ବୈଠକ ଶ୍ରୀ ବେଲେଶ୍ୱର ଶୈବପୀଠ ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇପାରିଛି l ସଭାପତି ଅଜିତ କୁମାର ସାବତ ଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମରେ ହିଞ୍ଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ର ଅଫିସ ଆସିସଷ୍ଟାଣ୍ଡ ମଧୁସୂଦନ ପଣ୍ଡା ଓ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାଯ୍ୟଳୟ ର କନିଷ୍ଠ କିରାଣୀ ଗିରିଜା ଶଙ୍କର ପାତ୍ର ଅତିଥି ରୂପେ ଯୋଗ ଦେଇଥିଲେ l ସମ୍ପାଦକ ଦୀପ୍ତି ନାରାୟଣ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ସଂଘର ରେଜିଷ୍ଟ୍ରେସସନ, ଶିକ୍ଷକର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଗ୍ରେଡ଼ ପେ ପ୍ରମୋସନ ଓ ପୁରୁଣା ପେନସନ ବିଷୟରେ ଆଲୋଚନା କରିଥିଲେ l ଏହି ଅବସରରେ ସମସ୍ତେ ସଂଘୀୟ ଚିନ୍ତାଧାରା ରେ ଆଗକୁ ବଢିବାର ଦୃଢ ସଂକଳ୍ପ ଗ୍ରହଣ କରାଯାଇଥିଲା l ରବୀନ୍ଦ୍ର କୁମାର ପ୍ରଧାନ ଉକ୍ତ ସଭାକାଯ୍ୟ ପରିଚାଳନା କରିଥିବା ବେଳେ ଉପସଭାପତି ସଦାଶିବ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ
ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here