ଉତ୍କଳ ଦିବସ ଅପ୍ରେଲ ପହିଲା ସୁଦ୍ଧା ବ୍ରହ୍ମପୁର ବିମାନ ବନ୍ଦର ଘୋଷଣା କରାଯାଉ : ମିଳିତ କ୍ରିୟାନୁଷ୍ଠାନ କମିଟି

0
264

ବ୍ରହ୍ମପୁର()ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୀର୍ଘଦିନରୁ ଆନ୍ଦୋଳନ ଚାଲିବା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଧେଶ୍ୟରେ ଦଶ ହଜାର ପୋଷ୍ଟକାର୍ଡ ଓ ବ୍ୟାନେର ଦସ୍ତଖତ ଅଭିଯାନ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ପଥପ୍ରାନ୍ତ ସଭା ପରେ ଆଜି ସ୍ଥାନୀୟ ଗେଟବଜାର ଛକ ସ୍ଥିତ ଏନଜିଓ ହଲ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆବାହକ ରାଜେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଅନୁଷ୍ଠାନର ନେତୃବୃନ୍ଦ ଯୋଗଦେଇ ବିମାନ ବନ୍ଦର ଦାବି ହାସଲ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବାକୁ ଜୋର ଦେଇଛନ୍ତି l ବ୍ରହ୍ମପୁର ସାଂସଦ ଓ ବିଧାୟକ ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ନେଇ ପ୍ରକ୍ରିୟା ଚାଲିଛି ବୋଲି ଦେଇଥିବା ପ୍ରେସବିବୃତି କୁ ମିଳିତ କମିଟି ପକ୍ଷରୁ ଧନ୍ୟବାଦ ଜଣାଯାଇଛି ଓ ଆସନ୍ତା ଅପ୍ରେଲ ପହିଲା ତଥା ଉତ୍କଳ ଦିବସ ପର୍ଯ୍ୟନ୍ତ ବିମାନ ବନ୍ଦର ଆନ୍ଦୋଳନକୁ ସ୍ଥଗିତ ରଖାଯିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି କିନ୍ତୁ ଆଜିସୁଦ୍ଧା କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନଥିବା ଆଉ ଏକ ପ୍ରଶ୍ନବାଚୀ ସୃଷ୍ଟିକରିଛି l ଆସନ୍ତା ଅପ୍ରେଲ ପହିଲା ଉତ୍କଳ ଦିବସ ପୂର୍ବରୁ ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ନେଇ ରାଜ୍ୟ ସରକାର ବ୍ରହ୍ମପୁରବାସୀଙ୍କୁ ନିର୍ଭରଯୋଗ୍ୟ ଆଶ୍ୱାସନା ପ୍ରଦାନ କରିବାପାଇଁ ଆଜି ମିଳିତ ବୈଠକରେ ଦାବି ହୋଇଥିଲା l ଇତିମଧ୍ୟରେ ଉକ୍ତ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଲାଗି ସମୟ ପ୍ରଦାନପାଇଁ ଗତ 20ଫେବୃଆରୀରୁ ମିଳିତ କ୍ରିୟାନୁଷ୍ଠାନ କମିଟି ଚିଠି ଲେଖିଥିଲେ ବି ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ସୂଚନା ନାହିଁ l ଆଜିର ବୈଠକରେ ସହ ଆବାହକ ଆଇନଜୀବୀ ଅବନୀ ଗୟା,ଇଂ. ବିଜୟ କୁମାର ପାଣିଗ୍ରାହୀ, ଡ଼ଃ. ଡମ୍ବୁରୁଧର ସାହୁ, ରବି ରଥ,ଏସ. ପ୍ରକାଶ ଚନ୍ଦ୍ର ପାତ୍ର,ସନ୍ତୋଷ କୁମାର ସାହୁ,ସlଲ୍ଲା. କେଶବ ଲିଙ୍ଗମ, ଡ଼ଃ. ଶିବ ପ୍ରସାଦ ମିଶ୍ର, କୃଷ୍ଣ ଚନ୍ଦ୍ର ଦାଶ, ପ୍ରଣବ କୁମାର ପଣ୍ଡା, ଡ଼ା. ରାମହରୀ ଖଣ୍ଡୁଆଳ, ବି. ସ୍ୱରାଜ୍ୟ ସୁବୁଦ୍ଧି, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଗଗନ ଚନ୍ଦ୍ର ମଲ୍ଲିକ,ବିଶ୍ଵଦେବ,ଜାମୁଲl ସୁରେଶ,କାମରାଜୂ ମହାରଣା, ସବିତା ସାହୁକାର, ରବି ନାରାୟଣ ମହାରଣା,ବାଉରୀବନ୍ଧୁ ସାହୁ,ବାସୁଦେବ ସାହୁକାର, ସୁଷମା ପଣ୍ଡା, ସମାଜସେବୀ ପ୍ରଦୀପ କୁମାର ସାହୁ, ସାହିତ୍ୟିକ ଦୀନବନ୍ଧୁ ଶ୍ରୀପଲ୍ଲଵ, ଦିବାକର ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରି ଅପ୍ରେଲ ପହିଲାରୁ ଆନ୍ଦୋଳନକୁ ଜୋରଦାର କରାଯିବlକୁ ନିଷ୍ପତ୍ତି ହୋଇଛି l

LEAVE A REPLY

Please enter your comment!
Please enter your name here