୫ଟି ଓ ମୋ ସରକାରର ପ୍ରଭାବ; ଏମ୍ କେ ସି ଜି ମେଡିକାଲରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ।

0
814

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ୫ଟି ଓ ମୋ ସରକାରର ପ୍ରଭାବ ଆଜି ଦେଖିବାକୁ ମିଳିଛି ବ୍ରହ୍ମପୁର ବଡ ମେଡିକାଲରେ। ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲକୁ ଅଚାନକ ଗସ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଗସ୍ତ ସମୟରେ ଜିଲ୍ଲାପାଳ ପ୍ରଥମେ ଏକ୍ସ୍ରେ ବିଭାଗ, ମେଡ଼ିସିନ୍ ବିଭାଗ, ସୁପର ସ୍ପେଷାଲିଟି ବିଭାଗ ସହିତ ମେଡ଼ିକାଲର ବିଭିନ୍ନ ବିଭାଗକୁ ବୁଲିବୁଲି ଦେଖିଥିଲେ। ମେଡ଼ିକାଲରେ କିଭଳି ଚାଲିଛି ରୋଗୀ ସେବା ସେନେଇ ସେ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରିଥିଲେ। ଏହାସହିତ ରୋଗୀମାନେ ଚିକିତ୍ସା ସେବା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରିବୁଝିବା ସହିତ ଚିକିତ୍ସା ସେବା ପାଇବା ନିମନ୍ତେ ସେମାନଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ୁଛି କି ନାହିଁ ସେ ନେଇ ମଧ୍ୟ ରୋଗୀଙ୍କୁ ପଚାରିଥିଲେ ଜିଲ୍ଲାପାଳ। ଏହାସହିତ ଡ଼ାକ୍ତରମାନେ ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ଦିଆଯାଉଥିବା ଔଷଧ ଲେଖିବା ନିମନ୍ତେ ଡ଼ାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ। ଏହାସହିତ ମେଡ଼ିକାଲ ମଧ୍ୟରେ ରହିଥିବା ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବିଲ୍ଡ଼ିଂ ଗୁଡ଼ିକୁ ଶୀଘ୍ର ଭଙ୍ଗିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ମେଡ଼ିକାଲ ପରିସରରେ ଗୁଟ୍ଖା ବ୍ୟାନ୍ କରିବା ନିମନ୍ତେ ମଧ୍ୟ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଳାପାଳ।

LEAVE A REPLY

Please enter your comment!
Please enter your name here