ଆସିକାରେ ଶୁଭାରମ୍ଭ ହେଲା ସପ୍ତାହବ୍ୟାପୀ କୃଷିରଥ।

0
316

ଆସିକା (ଜଗନ୍ନାଥ ସାହୁ ) ପୋପେଟ ସଂସ୍ଥା ଭୁବନେଶ୍ବର ଦ୍ବାରା ଆଜି ଆସିକା ବ୍ଳକ କୃଷି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି କୃଷି ରଥ କାର୍ଯ୍ୟକ୍ରମ।ଉକ୍ତ କାର୍ଯ୍ୟକ୍ରମ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ଦ୍ବାର ଉଦଘାଟିତ ହୋଇଥିବା ବେଳେ ବହୁ ଚାଷି ଓ କୃଷିପ୍ରେମୀ ଉପସ୍ଥିତ ଥିଲେ।ଅନ୍ୟତମ ଅତିଥି ରୂପେ ବିଜେଡି ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ବାଇଁ,ଆସିକା ବ୍ଳକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ, ବିଡିଓ ରୋଶନ କୁମାର ଶତପଥି ଯୋଗଦେଇଥିଲେ ।।କୃଷି ଅଧିକାରୀ ବସନ୍ତ କୁମାର ଦେ ଙ୍କ ନେତୃତ୍ବରେ ପରିଚାଳିତ ଉକ୍ତ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ଏକ ସପ୍ତାହବ୍ୟାପୀ ଅଠର ଗୋଟି ପଞ୍ଚାୟତକୁ ପରିଭ୍ରମଣ କରିବ କୃଷି ରଥ।କୃଷକ ମାନଙ୍କ ମଧ୍ୟରେ ଚାଷକାମ ପ୍ରତି ଆଗ୍ରହ ଓ ଉଦ୍ଦିପନା ସୃଷ୍ଟି କରିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଥପ୍ରାନ୍ତ ନାଟକ ଓ ଲୋକଗୀତ ମାଧ୍ୟମରେ କୃଷିରଥ ଦ୍ବାରା ବିଭିନ୍ନ କୃଷି ସମ୍ବନ୍ଧିୟ ତଥ୍ୟ ଚାଷୀମାନଙ୍କୁ ଅବଗତ କରାଇବା ଏହି କୃଷିରଥର ଉଦ୍ଦ୍ୟେଶ ବୋଲି ସୂଚନା ଦେଇଛନ୍ତି କୃଷି ଅଧିକାରୀ ଶ୍ରୀ ଦେ।ସରକାରଙ୍କର ବିଭିନ୍ନ କୃଷି ସମ୍ପର୍କିତ ଯୋଜନା କିଭଳି ସମସ୍ତ ଚାଷୀଭାଇ ମାନଙ୍କ ପାଖରେ ପହଁଞ୍ଚି ପାରିବ ଏବଂ କୃଷକ ମାନଙ୍କ ମଧ୍ୟରେ ଚାଷ କାମ ପାଇଁ ଆଗ୍ରହ ବଢିବ ସେଥିପ୍ରତି ଦୃଷ୍ଟିଦେଇ ଲୋକଗୀତ ଓ ନୃତ୍ୟ ମାଧ୍ୟମରେ କୃଷିରଥ ପରିଭ୍ରମଣର ଲକ୍ଷ୍ୟ ବୋଲି ସ୍ଥାନୀୟ ବିଡିଓ ରୋଶନ କୁମାର ସତପଥି କହିଛନ୍ତି।ସମସ୍ତ କୃଷି ବିଭାଗୀୟ ଅଧିକାରୀ ସମେତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ଶ୍ରୀ ଦୀପକ କୁମାର ନାୟକ, ଶ୍ରୀମତୀ ସୁଭ୍ରତା ମିଶ୍ର, ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀମତୀ ଧରିତ୍ରୀ ପାଢ଼ୀ, ସୁଶ୍ରୀ ନିରୀମା ବେହେରା, ଶ୍ରୀ ଅଶୋକ କୁମାର ବେହେରା, ଶ୍ରୀ ଦଣ୍ଡେଶ୍ୱର ପରିଡ଼ା, ଶ୍ରୀ ଅନିଲ କୁମାର ଆରୁଖ, ଶ୍ରୀ ସନାତନ ବେହେରା ଙ୍କ ସମେତ ଆତ୍ମା କର୍ମଚାରୀ ଶ୍ରୀ ଅରୁଣ କୁମାର ପରିଡ଼ା, ଶ୍ରୀ ଚିନ୍ମୟ ରଞ୍ଜନ ମିଶ୍ର, ଶ୍ରୀ ଅରୁଣ କୁମାର ପରିଡ଼ା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here