ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ଅନ୍ତର୍ଜାତିକ ମହିଳା ଦିବସ ପାଳିତ

0
276

ଛତ୍ରପୁର: ଜନ ଶିକ୍ଷଣ ସଂସ୍ଥାନ (ଗଂଜାମ) ପକ୍ଷରୁ ସ୍ଥାନୀୟ ରିକାପଲ୍ଲୀ କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ , ସମ୍ମାନୀତ ଅତିଥୀ ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ, ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଓ ୧୧ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠୀ ପ୍ରମୁଖ ଯୋଗଦେଇ ନାରୀ ମାନଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସମାଜ କୁ ଆଗକୁ ବଢିବାରେ ମହିଳା ମାନଙ୍କ ଦାୟିତ୍ୱ , କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ।। ଏଥିରେ ଶତାଧିକା ମହିଳା ମାନେ ଅଂଶ ଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଜନ ଶିକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ମନୋଜ କୁମାର ବିଶ୍ୱାଳ , ବିଶ୍ୱ କେତନ ଛାଟେଇ, ମିଟୁ ସାହୁ , ସୁଜାତା ମହାରଣା, ଅଭିଜିତ୍ ଖାଡଙ୍ଗା ଏବଂ ଶୁଭେନ୍ଦ୍ର କୁମାର ଦାଶ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here