ହିଞ୍ଜିଳିକାଟୁ ପାଇଁ ନୂଆ ପରିଚୟ ସୃଷ୍ଟି କରିଛି ନୃତ୍ୟମ୍ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଏବଂ ଶ୍ରିଷ୍ଟି ଓଡ଼ିଶା ସ୍କ୍ରିନ୍ ଆୱାଡ୍ ୨୦୨୧

0
385

ହିଞ୍ଜିଳିକାଟୁ (ହିମାଂଶୁ ବେହେରା ) ଦୀର୍ଘ ଗୋଟେ ମାସ ଧରି ଆନ୍ତର୍ଜାତିକ ପ୍ରତିଯୋଗିତା ଅନଲାଇନ୍ ମାଧ୍ୟମ ରେ ହୋଇଥିଲା। ଏଥିରେ ବିଚାରକ ଭାବେ USA ରୁ Ricardo Catalan Jr. ନାଇଜେରିଆ ରୁ ANN SARAFINA ବଙ୍ଗଳାଦେଶ ର Monjurl Islam megh ବିଚାରକ ଦାୟିତ୍ଵ ନେଇଥିଲେ। ବିଶ୍ଵ ର ବହୁ କୋଣଅନୁକୋଣ ଚଳଚ୍ଚିତ୍ର ଯୋଗ ଦେଇଥିଲେ। ଶେଷ ପର୍ଯ୍ୟାୟ ରେ 10 ଟି ଫିଲ୍ମ୍ ଏବଂ ଡ. ଦିଲିପ୍ ପାଣି ଙ୍କ ଦ୍ଵାରା ପ୍ରଥମ , ଦୂତିୟ, ତୃତୀୟ ମାନ ନିର୍ଦ୍ଧାର କରାଯାଇଥିଲା। ପ୍ରଥମ ସ୍ଥାନ ରେ ଚଳଚ୍ଚିତ୍ର ମାଇମମ୍ସ୍ ଦୂତୀୟ ସ୍ଥାନ ରେ ଇଟାଲୀ ର ବିଟ୍ରାଇସ୍ ଏବଂ ତୃତୀୟ ସ୍ଥାନ ରେ ଦୁର୍ଗାସ୍ ଦୁର୍ଗାସ୍ ଲକଡାଉନ୍ ପୁରସ୍କାର ହାସଲ କରିଥିଲେ। 28. ଫେବୃୟାରୀ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସୃଷ୍ଟି ଓଡ଼ିଶା ଓ ନୃତ୍ୟମ୍ ପରିବାର ମିଳିତ ଅନୁକୁଲ୍ୟ ରେ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆସିକା ଲୋକୋସଭା ସଂସଦ ଶ୍ରୀମତୀ. ପ୍ରମିଳା ବିଷୋୟୀ ନିଜ କର କୋମୋଳ ରେ ଅଭିଳାଷ ଓ ଅନନ୍ୟା ଚଳଚ୍ଚିତ୍ର ଏବଂ ସିନେ ପ୍ରୋଜେକ୍ଟ ଉଦ୍ଘାଟନ କରିଥିଲେ। ଆର୍ଟ କଲେଜରେ ପ୍ରିନିସ Principal ଉଜ୍ୱଳ କୁମାର ସାହୁ ଏବଂ ହିଞ୍ଜିଳି ମୁନ୍ସିପାଲଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ମନରଂଜନ୍ ସାହୁ, ଉମା ଶଙ୍କର ଆଚାର୍ଯ୍ୟ, ଦ୍ଵାରା ଆଶୁତୋଷ ପଟ୍ଟନାୟକ, ନୀଳମଣି ପଟ୍ଟନାୟକ, ମାନସ ରଂଜନ ରଥ, ବିବେକ କୁମାର ଡାକୁଆ ସୃଷ୍ଟି ଓଡ଼ିଶା ସ୍କ୍ରିନ୍ ଆୱାଡ୍ ରେ ସମ୍ମାନିତ କରାଯାଇଥିଲା ଭାରତ ରେ ପ୍ରଥମ ଥର ପାଇଁ ସିନେ ପ୍ରୋଜେକ୍ଟ ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ର ଛାତ୍ର ଛାତ୍ରୀ ମାନେ ପ୍ରୋଜେକ୍ଟ ନିର୍ମାଣ କରିଥିଲେ। ସେଥିରେ ଶ୍ରେଷ୍ଠ ସିନେ ପ୍ରୋଜେକ୍ଟ ଆୟୁଷମାନ ପଟ୍ଟନାୟକ ବେଷ୍ଟ୍ ସିନେ ପ୍ରୋଜେକ୍ଟ ବିବେଚିତ ହୋଇଥିଲା। ଏହି ସନ୍ଧ୍ୟା କୁ ସରସ ସୁନ୍ଦର କରିବା ପାଇଁ ଅଙ୍ଗହାର ନୃତ୍ୟୟନା କଳାକାର ଏବଂ ନୃତ୍ୟମ୍ ର କଳାକାର ମାନେ ବେଶ୍ ମନୋ ଲାଗି ନୃତ୍ୟ ପରିବେଷଣ କରିଥିଲେ। ଏହି ସନ୍ଧ୍ୟା କୁ ସ୍ମରଣୀୟ କରିବା ନିମନ୍ତେ ଗୁରୁ ଶ୍ରି ଜୟନ୍ତ ଆଚାର୍ଯ୍ୟ ଙ୍କୁ ଅନୁଷ୍ଠାନ ତରଫରୁ ଗୁରୁ ପୂଜନ କରି ସମସ୍ତ ଛାତ୍ର ଛାତ୍ରୀ ନିଜର କଳା କୁ ଗୁରୁ ଙ୍କ ପାଦ ତଳେ ସମର୍ପଣ କରିଥିଲେ। ଏହି ଦୃଶ୍ୟ ଯେମିତି ସମସ୍ତ ଙ୍କୁ ଭାବ ବିହୁଳ କରିଦେଇଥିବ। ଅନୁଷ୍ଠାନ ର ସଭାପତି ନୀଳମଣି ପଟ୍ଟନାୟକ ଏବଂ ଗୁରୁ କୃଷ୍ଣଚନ୍ଦ୍ର ସାହୁ ଙ୍କ ତତ୍ତ୍ଵ ବଧନ ରେ ନିର୍ମାଣ କରାଯାଇଥିଲା। ଏବଂ ସୃଷ୍ଟି ଓଡ଼ିଶା ଡିକେ ଫିଲ୍ମ୍ ବେନର ରେ ପ୍ରସ୍ତୁତ ଚଳଚ୍ଚିତ୍ର ରେ ବେଷ୍ଟ actor ଭାବେ T.ଶ୍ରିନୁ ଦାସ, ପ୍ରୀତି ରଂଜନ ପ୍ରଧାନ, ମଧୁସୂଦନ ମିଶ୍ର, କାଜଲ ବେହେରା, ସୋନମ୍ ସାହୁ, T.ଶିବାଜି ଦାସ, E.ସଞ୍ଚିତା ପାତ୍ର, ଅଜିତ୍ ସାହୁ, ଗୋପାଳ ମହାନ୍ତି, ପୁରସ୍କୃତ ହୋଇଥିଲେ। ବେଷ୍ଟ ଫିଲ୍ମ୍ ମେକର୍ ଭାବେ ସନ୍ନ୍ୟାସୀ ମହାରଣା, ହରି ଚୱନ୍ ଓ ଅରୁଣ ମହାରଣା ପୁରସ୍କୃତ ହୋଇଥିଲେ। ଏବଂ ଶ୍ରେଷ୍ଠ ଆସିଷ୍ଟାଣ୍ଟ ଡିରେକ୍ଟର୍ ଭାବେ ରଂଜନ କୁମାର ସାହୁ ଏବଂ ଶ୍ରେଷ୍ଠ ସିନେ ରାଇଟର୍ ଭାବେ ପ୍ରିୟମ୍ବଦ ପଟ୍ଟନାୟକ ପୁରସ୍କୃତ ହୋଇଥିଲେ। ଅଭିଳାଷ ଚଳଚ୍ଚିତ୍ର ର ନିର୍ମାତା ଙ୍କୁ ବେଷ୍ଟ ଡିରେକ୍ଟର୍ ଭାବେ ପୁରସ୍କୃତ କରାଯାଇଥିଲା। ଚିତ୍ର କଳା ପ୍ରଦର୍ଶନ ରେ ରାଜା ସ୍ୱାଇ,x-Gen ଆର୍ଟ କଲେଜ ର ଚିତ୍ର କଳା ଶିକ୍ଷକ ଶଙ୍କର ସାର୍ ଏବଂ ମୋନୋଜ୍ ସାହୁ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପରି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓଡ଼ିଶା ରେ ପ୍ରଥମ ଥର ପାଇଁ ହୋଇଥିବାରୁ ଅନୁଷ୍ଠାନ ର ମୂଖ୍ୟ ନୀଳମଣି ପଟ୍ଟନାୟକ ଙ୍କୁ ସମସ୍ତ କର୍ମକର୍ତ୍ତା ତଥା ଅଞ୍ଚଳ ବାସୀ ପ୍ରାସଂଶିତ କରିଥିଲେ |

LEAVE A REPLY

Please enter your comment!
Please enter your name here