କୋଡ଼ିଙ୍ଗା ରେ ମାଘ ମଣ୍ଡେଇ ଯାତ୍ରା

0
448

କୋଷାଗୁମୁଡା (ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ଗ୍ରାମରେ ସୋମବାର ପ୍ରସିଦ୍ଧ ମାଘ ମଣ୍ଡେଇ ଯାତ୍ରା କୋଭିଡ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗ୍ରାମର ମୁଖ୍ୟ ଦେବତା ରାଜ୍ ଚାଉଁରିଆ ଙ୍କ ଏହା ମଣ୍ଡେଇ ଯାତ୍ରା । ପ୍ରଥମେ କୋଡ଼ିଙ୍ଗା ଓ ଆଖପାଖ ବାରପାଲି ଗ୍ରାମରୁ ଲାଠି , କୁର୍ଚି , ପାଲିଙ୍କି ଆଦି ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ଗାଦିମାଇଁ ମନ୍ଦିର ନିକଟରେ ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ସମସ୍ତେ ମିଶି କୋଡ଼ିଙ୍ଗା ଗ୍ରାମ ପରିକ୍ରମା କରାଯାଇଥିଲେ । ତାପରେ ସମସ୍ତେ ଗ୍ରାମର ମୁଖ୍ୟ ଦେବତା ରାଜ୍ ଚଉଁରିଆ ଙ୍କ ମନ୍ଦିର କୁ ଯାଇ ସେଠାରେ ଏକତ୍ରିତ ହୋଇ ଦେବତାଙ୍କ ଉଦ୍ଧେଶ୍ୟରେ ପୂଜାପାଠ କରାଯାଇଥିଲା । କୋଭିଡ ନିୟମ ଅନୁଯାୟୀ ଅଳ୍ପ କିଛି ଲାଠି କୁର୍ଚି ମଣ୍ଡେଇ ଯାତ୍ରା କୁ ଆସିଥିଲା । କମ ସଂଖ୍ୟକ ଭକ୍ତରେ ମାଘ ମଣ୍ଡେଇ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦେବା ଦେବୀ ମନ୍ଦିର ପୂଜାରୀ , ଚଲାଣ,ଶିରା , ଗାଣ୍ଡା ପ୍ରମୁଖ ଉପସ୍ଥିତ ରହି ଉକ୍ତ ମଣ୍ଡେଇ ଯାତ୍ରା ରେ ପରମ୍ପରା ଅନୁଯାୟୀ ପୂଜାପାଠ କରିଥିଲେ । ଆଦିବାସୀଙ୍କ ଏହି ମାଘ ମଣ୍ଡେଇ ଯାତ୍ରା ବର୍ଷକୁ ଥରେ ଅନୁଷ୍ଠିତ ହୋଇଥାଏ । ମଣ୍ଡେଇ ଯାତ୍ରା କଲେ ଅଞ୍ଚଳରେ ରୋଗ, ବ୍ୟାଧି ବ୍ୟାପେ ନାହିଁ ଓ ଆସନ୍ତା ବର୍ଷ ର ଫସଲ ଭଲ ହୋଇଥାଏ ବୋଲି ଆଦିବାସୀ ମାନେ ବିଶ୍ୱାସ କରନ୍ତି ।

LEAVE A REPLY

Please enter your comment!
Please enter your name here