ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ଯୁବକ କୋର୍ଟ ଚାଲାଣ

0
440

ଭଞ୍ଜନଗର (ନିଲୁ ବିଷୋୟୀ) ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିବା ପାଇଁ ମନା କରିଦେବା ଅଭିଯୋଗରେ ଭଞ୍ଜନଗର ପୋଲିସ ରବିବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଗାଙ୍ଗପୁର ଥାନା ଅନ୍ତର୍ଗତ ବେଣୀପଲ୍ଲୀ ଗ୍ରାମର ଅଶ୍ୱିନୀ ସେଠୀ ନାମକ ଜଣେ ଯୁବକର ଭଞ୍ଜନଗର ରେ ରହୁଥିବା ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହେବାରୁ ଅଶ୍ୱିନୀ ଉକ୍ତ ଯୁବତୀଙ୍କ ସହ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଦୀର୍ଘ ତିନି ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ସମ୍ପୃକ୍ତ ଯୁବତୀ ଙ୍କ ସହ ବିବାହ କରିବାକୁ ମନା କରିଦେବାରୁ ଯୁବତୀ ଜଣକ ତା’ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ରବିବାର ଅଶ୍ୱିନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏ ନେଇ କେସ ନମ୍ବର ୭୭/୨୧ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here