ପାରଳାଖେମୁଣ୍ଡି ସହରରେ ରାସ୍ତା ଅଣ ଓସାରିଆ ଯୋଗୁଁ ଟ୍ରାଫିକ ସମସ୍ୟା ଶୋଚନୀୟ

0
300

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ଗଜପତି ଜିଲ୍ଲା ରେ ଏକ ମାତ୍ର ଅତି ପୁରାତନ ପୈରପରିଷଦ। ଏହି ପୈରପରିଷଦ ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ କିଞ୍ଚିତ ମାତ୍ରାରେ ଭିନ୍ନ ହୋଇପାରି ନାହିଁ। ଓଡ଼ିଶା ର ଅତି ପୁରାତନ ପୈରାଞ୍ଚଳ ଓ ପୁରାତନ ସହର କହିଲେ ଚଳେ , ଯାହା କି ଓଡ଼ିଶା ସରକାର ଙ୍କ ସହରାଞ୍ଚଳ ବିକାଶ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଅର୍ଥ ଖର୍ଚ୍ଚ କରୁଛନ୍ତି କିନ୍ତୁ ଆଜି ସେ ପୁରାତନ ସହର ପୈରାଣିକ ହୋଇ ରହିଛି। ଯାହାକି ଦେଖିବାକୁ ମିଳୁଛି ଏହି ସହର ର ଉନ୍ନତି ନିମନ୍ତେ ପାରଳାଖେମୁଣ୍ଡି ପୈରପରିଷଦ ସହରର ବିକାଶ ଧାରାକୁ ଆଖି ଆଗରେ ରଖି ଏହି ସହରର ମୁଖ୍ୟରାସ୍ତା ତଥା ସହର ପରିକ୍ରମା ଗଲିଆ ରାସ୍ତା ଟି ସର୍ବସମ୍ମତିକ୍ରମେ ଗଜପତି ଜିଲ୍ଲା କଠା ବାଡିଓ ଗ୍ରୃହନିର୍ମାଣ ବିଭାଗ କୁ ହସ୍ତାନ୍ତର କରିଥିଲେ। ଏହି ରାସ୍ତା ଓସାରିଆ ନିମନ୍ତେ ସରକାର ଙ୍କ ନିକଟ ରୁ ପାଖାପାଖି ୩୦ରୁ ୩୫କୋଟି ଅନୁଦାନ ଅର୍ଥ ରାଶି ଆସିଥିବା ବେଳେ ଉକ୍ତ ପଇସା କୁ କୋଠାବାଡି ଓ ଗ୍ରୃହନିର୍ମାଣ ବିଭାଗ ଟେଣ୍ଡର କରିଥିଲେ। ଯାହାକି ସମୁଦ୍ର କୁ ସଙ୍କେ ପାଣି ସଦ୍ରୃଶ୍ୟ। ଏହି ରାସ୍ତା ଓସାରିଆ ସକାଶେ ଆସିଥିବା ଅର୍ଥ ଦୀର୍ଘ ଦିନ ହେଲା କାମଚାଲୁ ରହିଛି। କେଉଁଠି ରାସ୍ତାରେ ଅସୁବିଧା ତ କେଉଁଠି ନାଳ ଭାଙ୍ଗି ମାସ ମାସ ବିତିଯାଉଛି। ଯାହା ଫଳରେ ଏଠାରେ ପ୍ରଶାସନିକ ଙ୍କର କିଛି ନଷ୍ଟ ହେବାର ନାହିଁ କିମ୍ବା ବିଭାଗୀୟ ଅଧିକାରୀ ଙ୍କ କୈାଣସି ଦାଇତ୍ୱ ନାହିଁ। କାହାର କିଛି ଅସୁବିଧା ନାହିଁ। ଫଳରେ ସହରରେ ସର୍ବସାଧାରଣଙ୍କ ଜୀବନ ଜାପାନ ରେ ଆଜି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଓସାରିଆ ନିମନ୍ତେ ପ୍ରଚୁର ଅର୍ଥ ଆସିଥିଲେ ମଧ୍ୟ ସତ୍ ବିନିଯୋଗ ହେବାର ଦେଖିବାକୁ ମିଳୁନାହିଁ।
ବର୍ତମାନ ସୁଦ୍ଧା ମୁଖ୍ୟ ରାସ୍ତା ନାଳ ଭଙ୍ଗାଯାଇଛି ମୁଖ୍ୟ ରାସ୍ତା ଉପରେ ବଜାରରେ ବିଚ୍ ରାସ୍ତା ଉପରେ ଫଳଦୋକାନ, ବଜାର ଯାହା ଫଳରେ ଏଠାରେ ଜନଜୀବନ ଅସ୍ତବ୍ୟସ୍ତ ହେବା ଦେଖିବାକୁ ମିଳିଛି। ଏଠାରେ ବିଚ୍ ରାସ୍ତା ଉପରେ ବଜାରରେ ଫଳ ପରିବା ଦୋକାନ କୁ ଉଠାଇବାକୁ ଟ୍ରାଫିକ ପୋଲିସ ମଧ୍ୟ ସକ୍ଷମ ହୋଇ ପାରୁ ନାହିଁ। ଏଠାରେ ମୁଖ୍ୟ ବଜାରରେ ଟ୍ରାଫିକ ସମସ୍ୟା ଏତେ ବଢୁଛି ଯାହା ଫଳରେ ଆମ୍ବୁଲାନ୍ସ ସେବାରେ ବାଧା ପ୍ରାପ୍ତ ହେବାର ଦେଖିଇବାକୁ ମିଳିଛି। ଏଠାରେ ରାସ୍ତା ଉପରେ ବଜାରରେ ବ୍ୟବସାୟୀମାନେ ଦାଦା ଗିରି କୁ ପୁଲିସ ଆୟତ୍ତ କରିବାରେ ସାହାସ କରି ପାରୁନଥିବାରୁ ଦିନକୁ ଦିନ ପରିବା ବ୍ୟବସାୟୀ ଙ୍କ ମନମୁଖୀ ନୀତି ବଢ଼ିବାରେ ଲାଗିଛି ବୋଲି ଏଠାକାର ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି। ଏଥିପାଇଁ ଯଦି ପୁଲିସ ପ୍ରଶାସନ ପକ୍ଷରୁ ଦ୍ରୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ସାଧାରଣ ଲୋକେ କିଛି ଉପକ୍ରୃତ ହୋଇ ଥାନ୍ତେ ବୋଲି ଆଲୋଚନା କରିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here