ଗାଙ୍ଗଦହଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାରା ରୋପଣ

0
770

ପୁରୁଷୋତମପୁର (ନ୍ୟୁଜ ଏକ୍ସଟ୍ରା) : ପୁରୁଷୋତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ପଞ୍ଚାୟତରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାରା ରୋପଣ କାର୍ଯ୍ୟକ୍ରମ ହୋଇଥିଲା I ଏହି କାର୍ଯ୍ୟକ୍ରମ ହାଇ କୋର୍ଟର ମାନ୍ୟବର ଉଚ୍ଚ ବିଚାରପତିଙ୍କ ନିର୍ଦ୍ଧେଶକ୍ରମେ ହୋଇଛି I ଗତ ବାତ୍ୟା “ଫନି” ଦ୍ୱାରା ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର କରିବା ସକାଶେ ଏବଂ ଏକ ସୁସ୍ଥ ସୁନ୍ଦର ପରିବେଶ କରିବା ନିମନ୍ତେ ଏହା ଏକ ପ୍ରୟାସ I ଗଂଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଶ୍ରୀ ବିଜୟ କୁମାର ଦାସଙ୍କ ତତ୍ୱାବଧାନରେ ଉକ୍ତ ବିଦ୍ୟାଳୟକୁ ୫୦ଟି ଚାରା ପ୍ରଦାନ କରାଯାଇଛି I ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭକ୍ତ ବତ୍ସଳ ଜାନିଙ୍କ ସହ ଶିକ୍ଷକ ଶ୍ରୀ ବିଶ୍ୱନାଥ ଦାସ ଏବଂ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ I ଗଂଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସ୍ଵେଛାସେବି ସୁଶ୍ରୀ ଜ୍ୟୋଷ୍ଣାକୁମାରୀ ସାହୁ ଏବଂ ସଂଗ୍ରାମ କୁମାର ପ୍ରଧାନ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମ ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଥିଲା I କାର୍ଯ୍ୟକ୍ରମ ଶେଷରେ ଆଗାମୀ ଯୁବପିଢିଙ୍କୁ ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ଭାରତ ନିର୍ମାଣ ପାଇଁ ଶ୍ରୀ ଜାନି ଅବଗତ କରାଇଥିଲେ I

LEAVE A REPLY

Please enter your comment!
Please enter your name here