ଏକ ନିଆରା ଢଙ୍ଗରେ ଦେଶର ୭୩ ତମ ସ୍ୱାଧୀନତା ଦିବସ ଏବଂ ପଵିତ୍ର ରକ୍ଷା ବନ୍ଧନ ଉତ୍ସଵ ପାଳନ କରିଥିଲେ ଜୟ ଜଗନ୍ନାଥ ଗ୍ରୁପ

0
617

ବ୍ରହ୍ମପୁର ,୧୫/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପବିତ୍ର ଭାରତ ବର୍ଷର ପୂଣ୍ୟ ଭୂମି ଓଡ଼ିଶା ବା କଳିଙ୍ଗ ବା ଉତ୍କଳ ଯାହାର ଆରାଧ୍ୟ ଦେବତା ସ୍ୱୟଂ ଶ୍ରୀଜଗନ୍ନାଥ , ସେଥିପାଇଁ ତ କହନ୍ତି ଉତ୍କଳେ ନେତାଙ୍କ ନାହିଁ ପ୍ରୟୋଜନଉତ୍କଳ ର ନେତା ସ୍ୱୟଂ ନାରାୟଣ ।

ସେହି ଓଡ଼ିଶାର କଳା, ସାହିତ୍ୟ, ଐତିହ ତଥା ବ୍ୟବସାୟ ର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଏକ ନିଆରା ଢଙ୍ଗରେ ଦେଶର ୭୩ ତମ ସ୍ୱାଧୀନତା ଦିବସ ଏବଂ ପଵିତ୍ର ରକ୍ଷା ବନ୍ଧନ ଉତ୍ସଵ ପାଳନ କରିଥିଲେ ଜୟ ଜଗନ୍ନାଥ ଗ୍ରୁପର ଭାଇ ଓ ଭଉଣୀ ମନେ ।

ସକାଳେ ଗ୍ରୁପର ଆଙ୍କୁଲି ସ୍ଥିତ ଅଫିସରେ ପତାକା ଉତ୍ତୋଳନ ପରେ ସହରର ବିଭିନ୍ନ ଥାନା ତଥା ଟ୍ରାଫିକ ପୋଷ୍ଟରେ କାର୍ଯ୍ୟରତ ପୋଲିସ ଭାଇ ମାନଙ୍କୁ ରାଖୀ ବାନ୍ଧି ଆଶୀର୍ବାଦ ନେଇଥିଲେ ଏବଂ ଥାନାରେ ଥିବା ପୋଲିସ ଭଉଣୀ ମନେ ବି ଜୟ ଜଗନ୍ନାଥ ଗ୍ରୁପର ଭାଇ ମାନଙ୍କୁ ରାଖୀ ବାନ୍ଧି ମିଠାଇ ଖୁଆଇଥିଲେ । ଏହି ଅବସରରେ ଗୋସାଣିନୁଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସୁମିତ ସରେନ ଏବଂ ବଡ ବଜାର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୁପତି ସମାଜରେ ଆଇନ ଶୃଙ୍ଖଳା ବଜାୟ ରଖିବା ଦିଗରେ ସେମାନଙ୍କ ଅଙ୍ଗୀକାର ବଦ୍ଧତା ପ୍ରକାଶ କରିବା ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ସମାଜ ର ସହଯୋଗ କାମନା କରିଥିଲେ ଏବଂ ବୈଦ୍ୟନାଥପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସାରଦା ଦାଶ ଜୟ ଜଗନ୍ନାଥ ଗ୍ରୁପର ଏପରି ସଂସ୍କାର ମୂଳକ ଵାର୍ତ୍ତା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ କୁ ଗ୍ରୁପର ପ୍ରତିଷ୍ଠାତା ଶିଵ ଶଙ୍କର ଦାଶ ଆୟୋଜନ କରିଥିବାବେଳେ ଗ୍ରୁପର ଆଡ୍ମିନ କାର୍ତ୍ତିକ ପାଣିଗ୍ରାହି , ସଭାପତି ରାଜେନ୍ଦ୍ର ପାତ୍ର , ସାମ୍ବାଦିକ ଅଜିତ ପାତ୍ର ,ଆଜୀବନ ସଭ୍ୟା ଶ୍ରୀମତୀ ମମତା ପାତ୍ର , ମିଡିଆ ମୁଖପାତ୍ର ଶ୍ରୀମତୀ ରଂଜନା ମିଶ୍ର ଶ୍ରୀମତୀ ରାଜଲଷ୍ମୀ ଗୌଡ଼ ଏବଂ ଆଙ୍କିତା ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here