
ବ୍ରହ୍ମପୁର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନିଆରା ଢଙ୍ଗରେ ଜନ୍ମ ଦିନ ପାଳିଲେ ରାମେଶ୍ୱରୀନନ୍ଦ ସେ ତାଙ୍କ ଜନ୍ମ ଦିନରେ ଦେଇଥିବା କଥାକୁ ଅକ୍ଷରେ ଅକ୍ଷରେ ପାଳନ କଲେ । ଆଜି କଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟ ତରଫରୁ ୫ ଜଣ ମେଧାବୀ ଛାତ୍ର ଓ ଛାତ୍ରୀଙ୍କୁ ଯୁକ୍ତ ଦୁଇ ପାଠ ପଡ଼ିବା ନିମନ୍ତେ ବହି, ପେନ ଓ ବ୍ୟାଗ ବଣ୍ଟନ କରାଯାଇଛି । ଅତିରିକ୍ତ ୫ ଜଣଙ୍କୁ ମଧ୍ୟ ବହି ପ୍ରଦାନ କରାଯିବ।ରାମେଶ୍ୱରୀ ନନ୍ଦଙ୍କ ତତ୍ୱାବଧନରେ ଆୟୋଜିତ ବଣ୍ଟନ କାର୍ଯ୍ୟକ୍ରମରେ ଛାତ୍ରୀ ସନ୍ତୋଷୀ ମହାରଣା ବବି ବେହେରା, ପୂଜାରାଣୀ ବେହେରା,ତପସ୍ୱିନୀ ନାହାକ, ମାନସ ମହାରଣାଙ୍କୁ ଉକ୍ତ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ପଢିବା ନିମନ୍ତେ ଯାହା ଆବଶ୍ୟକ ହୁଏ ତାହା ପୂରଣ କରାଯିବ ବୋଲି କଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟ ପକ୍ଷରୁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ,ପ୍ରଣବ ପଣ୍ଡା ,ପାଣ୍ଡବ ନାହାକ, ଅଭୀଷିକ୍ତ। ଦାସ ଉପସ୍ଥିତ ଥିଲେ।