ଉମରକୋଟ ଉପଖଣ୍ତ ଆରକ୍ଷୀ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା

0
259

ଉମରକୋଟ(କ୍ରିଷ୍ଣା ସାହୁ) ଉମରକୋଟ ପ୍ରେସ କ୍ଳବ୍ ପକ୍ଷରୁ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ପାଢ଼ୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କ୍ଳବ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟ୍ରମରେ ଏସଡିପିଓ ଶ୍ରୀ ପାଢ଼ୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନବାଗତ ଏସଡିପିଓ ଡ଼ଃ ଦିନେଶ କୁମାର ନାୟକ, ଆଇ ଆଇ ସି ନରେଶ କୁମାର ପ୍ରଧାନ ଯୋଗ ଦେଇଥିଲେ। ଶ୍ରୀ ପାଢ଼ୀ ଙ୍କୁ ଫୁଲବାଣୀ ଜିଲ୍ଲା ବଦଳି କରା ଯାଇଥିବା ବେଳେ ଏହି ଉଛବରେ ତାଙ୍କ ରହଣୀ କାଳରେ ତାଙ୍କ କାର୍ଯ୍ୟ ଧାରା କୁ ଉଚ ପ୍ରଶଂସା କରାଯିବା ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ନୂତନ ଏସଡିପିଓ ଶ୍ରୀ ନାୟକଙ୍କୁ ମଧ୍ୟ ସ୍ବାଗତ କରିବା ସହ ଆଇ ଆଇ ସି ଶ୍ରୀ ପ୍ରଧାନଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ସଭାକୁ କ୍ଲବ ପକ୍ଷରୁ ଦୁର୍ଗା ପ୍ରସାଦ ମଲ୍ଲିକ, ନଳିନୀ ରଞ୍ଜନ ମିଶ୍ର, ମହେଶ୍ୱର ବେହେରା, କୃଷ୍ଣ ପ୍ରସାଦ ପଟ୍ଟନାୟକ, ଗୋପାଳ ପଟ୍ଟନାୟକ,ସତ୍ୟ ସାମଲ, ସନ୍ତଷ ପାତ୍ର ,ଯୁଗଳ କିଶୋର ସାହୁ, କ୍ରୀଷ୍ଣା ସାହୁ,ହିମାଂଶୁ ଜେନା, ନିରଞ୍ଜନ ବେହେରା, ନିରଞ୍ଜନ ଗଣ୍ଡ ପ୍ରମୁଖ ପରିଚାଳନା କରିଥିଲେ।ଶେଷରେ କୃଷ୍ଣ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here