ଜଳବନ୍ଦୀରେ ବେଗୁନିଆପଡା କାଣ୍ଟା ବାଳିକା ବିଦ୍ୟାଳୟ; ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ପ୍ରଶାସନ l

0
736

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜ୍ୟ ସରକାର ଶାସନକୁ ସ୍ୱଚ୍ଛ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ୫ଟି ଯୋଜନା ପ୍ରଣୟନ କରିଛନ୍ତି l ଏହାଯୋଗୁଁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଛନକା ପଶିବା ଦେଖାଦେଲାଣି l କିନ୍ତୁ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଘଟିଵା ପରିଲକ୍ଷୀତ ହେଉଛି l ଶିକ୍ଷା ଭଳି ଏକ ଆବଶ୍ୟକୀୟ କ୍ଷ୍ୟେତ୍ରରେ ଚରମ ଅବହେଳା ସରକାର ତଥା ପ୍ରଶାସନର ଦାଇତ୍ୱହୀନତାର ପରିଚୟ ପ୍ରଦାନ କରୁଛି l ଏହାଯୋଗୁଁ ଯୋଗୁଁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କାଣ୍ଟା ବାଳିକା ବିଦ୍ୟାଳୟର ଛାତ୍ରଛାତ୍ରୀ ପାଠପଢାରୁ ବଂଚିତ ହେଉଛନ୍ତି l ଚଳିତ ଲଘୁଚାପ ବର୍ଷାରେ ଦୀର୍ଘ ପନ୍ଦର ଦିନ ହେଲା ବିଦ୍ୟାଳୟଟି ଜଳବନ୍ଦୀରେ ରହିଛି l ବିଦ୍ୟାଳୟକୁ ଯିବାପାଇଁ ଅଲଗା ରାସ୍ତାବି ନାହିଁ l ଫଳରେ ବାଧ୍ୟହୋଇ ଶିକ୍ଷକ ଶିକ୍ଷୟତ୍ରୀ ଆଣ୍ଠୁଏ ପାଣିରେ ସ୍କୁଲକୁ ଯାଆନ୍ତି l ଛାତ୍ରଛାତ୍ରୀ ମାନେ ଯିବାକୁ ବିପଦ ମଣୁଛନ୍ତି l କିନ୍ତୁ କୌଣସି ପ୍ରଶାସନ କିମ୍ବା ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦେଖାନାହିଁ l ଯଦି ଏହାର ସ୍ଥାୟୀ ସମାଧାନ ନକରାଯାଏ ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଏହା କୁପ୍ରଭାବ ପକାଇବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ l

LEAVE A REPLY

Please enter your comment!
Please enter your name here