ବିଧାୟକଙ୍କ ଦ୍ଵାରା ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

0
317

ବୁଗୁଡା:ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଜୁନ ୨୩ ତାରିଖ ଦିନ ବୁଗୁଡା ବ୍ଳକର ଦୁଇଟି ପଞ୍ଚାୟତରେ ଦୁଇଟି ଗ୍ରାମର ଶତ ପ୍ରତିଶତ ପରିବାରଙ୍କ ଘରକୁ ପାଇପ ଦ୍ୱାରା ପାନୀୟ ଜଳଯୋଗାଣ ପ୍ରକଳ୍ପ ଦୁଇଟି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀ ସାହୁ ପାଙ୍ଗିଡି ପଞ୍ଚାୟତର ବେଲପଡ଼ା ଗ୍ରାମାର ୬୧ ଲକ୍ଷ ୨୯ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଭାମଶ୍ୟାଳି ପଞ୍ଚାୟତର କୁଆନଳା ଗ୍ରାମରେ ୬୯ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ ତୁଷାର କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ଇଂ ଏ.ରାମା ରାଓ, ସୁଧାଂଶୁ ଶେଖର ପାଢ଼ୀ, ପାଙ୍ଗିଡି ସରପଞ୍ଚ ସନ୍ତୋଷ କୁମାର ଆପଟ, ସମିତି ସଭ୍ୟ କୃଷ୍ଣ ରା, ସୁନୀଲ କୁମାର ପାଢୀ, ବୁଢା ଗୌଡ଼, ଭାସ୍କର ଦୋରା, ବିରୁପାକ୍ଷ ସ୍ୱାଇଁ, ସମୀର ନାୟକ, ପଦ୍ମ ଚରଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here