ସାହସପୁରୁ ଧାନ ଖଳାରେ ଅଗ୍ନିକାଣ୍ଡ

0
290

ଧରାକୋଟ(କାଳୁ ଚରଣ ମହାପାତ୍ର) ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ ପଂଚାୟତ ର ସାହସପୁର ଗ୍ରାମ ର ଧାନ ଖଳାରେ ଅଗ୍ନି କାଣ୍ଡ ଘଟି ସମ୍ପୂର୍ଣ ଧାନ ଗଦା ନଷ୍ଟ ହୋଇ ଯାଇଛି l ସୂଚନା ମୁତାବକ ପଚିଶି ରୁ ତିରିଶି ଭରଣ ଧାନ ଓ ପାଳ ଗଦା କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟି ଥିଲା l ଧରାକୋଟ ଅଗ୍ନି ସମ ଖବର ପାଇ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରି ଥିଲେ ସୁଦ୍ଧା ବହୁତ ସମୟ ଲାଗିଥିଲା l ଅଗ୍ନି ଆୟତ୍ତ ହେବା ପୃର୍ବ ରୁ ଧାନ ଓ ପାଳ ଗାଦୀ ସମ୍ପୂର୍ଣ ନଷ୍ଟ ହୋଇ ଯାଇଥିଲା l ଖବର ଶଗ୍ରହ ବେଳେ ସୂଚନା ମୁତାବକ ସାହସ ପୁର ଗ୍ରାମ ର ରମେଶ ପ୍ରଧାନ, ବଂଶୀ ପ୍ରଧାନ,ମୁରଲୀ ପ୍ରଧାନ, ଦୟା ପ୍ରଧାନ, ନାମକ ବ୍ୟକ୍ତି ମାନଙ୍କ ର ଧାନ ଗାଦୀ ଥିବା ର ସୂଚନା ମିଳିଥିଲା l ସେମାନଙ୍କ ଅନୁରୋଧ ଏହିକି ଯେ ସରକାର ଜଦି ଦୃଷ୍ଟି ଦିୟନ୍ତେ ଏହି ଗରିବ ଚାଷୀ ଙ୍କ କ୍ଷତି ପୂରଣର ସାହାଯ୍ୟ ହୁଅନ୍ତା l

LEAVE A REPLY

Please enter your comment!
Please enter your name here