ଭାବିନିପୁର ପଞ୍ଚାୟତରେ ବିଜେଡ଼ିର ପଦଯାତ୍ରା ,ବିଜୁ ସ୍ୱାସ୍ଥ୍ୟକାର୍ଡ ପାଇଁ ଉପକୃତ ହେଉଛନ୍ତି ଜନତା

0
242

ବ୍ରହ୍ମପୁର:ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ଦିନ ଧରି ରାଜ୍ୟରେ ଜନ ସମ୍ପର୍କ ପଦଯାତ୍ରା ଚାଲିଛି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଗୋପାଳପୁର ନିର୍ବାଚନ ମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଭାବିନିପୁର ପଞ୍ଚାୟତରେ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ସରପଞ୍ଚ ଇଂ ରଞ୍ଜିତ ସାହୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ଼ା. ଗୋପବନ୍ଧୁ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଉକ୍ତ ପଦଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ସଭାପତି ଅଜିତ ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ସ୍ଥାନୀୟ ସରପଞ୍ଚ ବିଜୁ ସ୍ୱାସ୍ଥ୍ୟକାର୍ଡ ପାଇଁ ଗ୍ରାମାଞ୍ଚଳରେ ଜନତାବିଶେଷ ଭାବେ ଉପକୃତ ହେଉଛନ୍ତି ବୋଲି କହିଥିଲେ ଅନ୍ୟ ପକ୍ଷରେ ଭାବିନିପୁର ପଞ୍ଚାୟତରେ ୧୯୫୪ ମସିହାର ଗଠିତ ହୋଇଥିବା ୟୁ .ପି ସ୍କୁଲକୁ ହାଇ ସ୍କୁଲରେ ପରିଣତ କରିବା ପାଇଁ ସଚିବ ଶ୍ରୀ ଦାଶଙ୍କୁ ଅନୁରୋଧ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଡେ଼ପୁଟି ମେୟର ଇ. ବିବେକ ରେଡ୍ଡୀ,ଜିଲ୍ଲା ପରିଷଧ ଉପାଧ୍ୟାକ୍ଷା ଏସ୍. ରାଜେଶ୍ୱରୀ ଦୋରା,ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ ଜାନକୀ ରାମ ,ବ୍ଲକ ଉପାଧ୍ୟାକ୍ଷା ଅନିତା ମହାକୁଡ଼,ଯୁବ ନେତା ତଥା ସମାଜସେବୀ ଏ ସନ୍ତୋଷ ପାତ୍ର,ଜିଲ୍ଲା ଯୁବ ବିଜେଡ଼ି ସଭାପତି ଭବାନୀକାନ୍ତ ସାହୁ ,ବ୍ଲକ ଯୁବ ସଭାପତି ବିନୋଦ କୁମାର ମାହାଙ୍କୁଡ଼, ରଣ୍ଡା ସରପଞ୍ଚ ଅଜିତ କୁମାର ରାଉଳ,ଜିଲ୍ଲା ମହିଳା ଉପସଭାନେତ୍ରୀ ବିଷ୍ନୁପ୍ରିୟା ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଦୀପକ କୁମାର ସାମନ୍ତ , ସିଏଚ ଭରତ ପାତ୍ର,। । ଶେଷରେ ୫୫ ଜୋନ ଜିଲ୍ଲା ପରିଷଦ ତଅପୋଇ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅବସରରେ ୧୦ ନଂ ଜୋନ ଜିଲ୍ଲା ପରିଷଦ ଭାରତୀ ନାୟକ ସାତକୁଟୁଣୀ ସରପଞ୍ଚ କୁନି ସାହୁ, ସମିତିସଭ୍ୟ ବିଭୂତ ଭୂଷଣ ଲେଙ୍କା ,ଭାବିନିପୁର ସମିତି ସଭ୍ୟ ଦୁର୍ଯ୍ୟୋଧନ ରାଉଳ,କରାପଲ୍ଲୀ ସରପଞ୍ଚ ଏସ ମେନକା ରେଡ୍ଡୀ, ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ରାମହରିପାତ୍ର,ସି.ଏଚଡିଲେଶ୍ୱର ରେଡି,ଯୁବ ନେତା ଧର୍ମରାଜରେଡ୍ଡୀ,ସି.ଏଚ ଭିକିପାତ୍ର,ସି.ଏଚ ନରେଶ,ରାଜେନ୍ଦ୍ର ଦାସ, ,ଭାବିନିପୁର ପଞ୍ଚାୟତ ସଭାପତି କୈଳାଶ ଚନ୍ଦ୍ର ଶତପଥୀ,ରାମାଞ୍ଚ ଦାଶ, ଦଣ୍ଡପାଣି ପାତ୍ର, ମୁନା ସାହୁ,ଆଦିତ୍ୟ ପଟ୍ଟନାୟକ,ମିଳେନ୍ଦ୍ର ପ୍ରଧାନ,ସନ୍ତୋଷ ପ୍ରଧାନ, କୁନା ପାଣିଗ୍ରାହୀ ଟୁନା ଦାଶ ଓ ଶତାଧିକ ବିଜେଡି କର୍ମୀ ଓ ମହିଳା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here