ଅଙ୍ଗଦାନ ପାଇଁ ଯୁବ ଶିକ୍ଷକଙ୍କ ଶପଥ ଗ୍ରହଣ

0
605

ଭଞ୍ଜନଗର (ନିଲୁ ବିଷୋୟୀ) ଅଙ୍ଗଦାନ ଏକ ମହତ ଦାନ I ସାଂପ୍ରତିକ ସ୍ଥିତିରେ ଚିକିତ୍ସା କ୍ଷେତ୍ରରେ ହେଉ କିମ୍ବା ମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଠ ପଢା କ୍ଷେତ୍ରରେ ପ୍ରତ୍ଯେକ ସ୍ଥାନରେ ମୃତ ମନୁଷ୍ୟର ଅଙ୍ଗ ଗୁଡିକ ଖୁବ୍ ଉପାଦେୟ ହୋଇପଡ଼ିଛି I ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଅଙ୍ଗଦାନ ଏକ ସାମାଜିକ ଆନ୍ଦୋଳନର ରୂପ ନେଇଛି I ଯାହାର ଫଳ ସ୍ଵରୂପ ବହୁ ଯୁବକ,ଛାତ୍ର ଛାତ୍ରୀ ଏବଂ କର୍ମଜୀବୀ ବର୍ତ୍ତମାନ ସ୍ଵେଚ୍ଛାକୃତ ଭାବେ ନିଜର ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ଆଗେଇ ଆସୁଛନ୍ତି I ଆଜି ଏହି ଅଙ୍ଗଦାନ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି ଭଞ୍ଜନଗର ଅଞ୍ଚଳର ବହୁ ଶିକ୍ଷକ ଏବଂ ଯୁବକମାନେ I ଭାରତ ଶରୀର ଓ ଅଙ୍ଗଦାନ ସମିତିର ଭଞ୍ଜନଗର ଉପଖଣ୍ଡ ସଂଯୋଜିକା ପ୍ରଭାତୀ ମଞ୍ଜରୀ ବେହେରାଙ୍କ ତତ୍ତ୍ୱାବଧାନରେ ଭଞ୍ଜନଗର ବଡକୋଦଣ୍ଡା ଗ୍ରାମର ଶିକ୍ଷକ ତଥା ସି.ଆର୍.ସି.ସି ତ୍ରିନାଥ ବେହେରା ଏବଂ ତାଙ୍କ ପତ୍ନୀ ସରସ୍ଵତୀ ଡାକୁଆ , ଭେଜିପୁଟ ର ଶିକ୍ଷକ ଅବିନାଶ ପଣ୍ଡା,ତୁରୁମୁର ଶିକ୍ଷକ ସୁଦାମ ଦଳବରା ,ଗାଙ୍ଗପୁରର ଶିଶିର କୁମାର ସ୍ୱାଇଁ, ମୋନାଲିସା ମିଶ୍ର,ଆସିକା କର୍ପୂର ନୂଆ ଗାଁର ଶିକ୍ଷକ ବୁଲୁ ବେହେରା ଏବଂ ତାଙ୍କ ପତ୍ନୀ ପଦ୍ମିନୀ କୁମାରୀ ବେହେରା ପ୍ରମୁଖ ଆଜି ଅଙ୍ଗଦାନ ପାଇଁ ଶପଥ ଗ୍ରହଣ କରିଛନ୍ତି I ଉପଖଣ୍ଡ ସଂଯୋଜିକା ସମସ୍ତଙ୍କୁ ଶପଥପାଠ କରାଇବା ସହିତ ପରିଚୟ ପତ୍ର ପ୍ରଦାନ କରିଥିଲେ I ଚିନ୍ମୟ କୁମାର କୁମାର ବେବର୍ତ୍ତା ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here