ପାଚିକା ଓ ସହାୟିକା ମାନଙ୍କୁ ପରିଚୟ ପତ୍ର ବଣ୍ଟନ

0
699

ବୁଗୁଡା : ବୁଗୁଡା ବ୍ଳକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ପାଚିକା ଓ ସହାୟିକା ମାନଙ୍କୁ ବୁଗୁଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଜୁଲାଇ ୨୪ ତାରିଖ ଦିନ ବୁଗୁଡା ବିଇଓ ଅଫିସରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ଏକଶତରୁ ଉର୍ଦ୍ଧ୍ବ ପାଚିକା ଓ ସହାୟିକା ମାନଙ୍କୁ ସେମାନଙ୍କ ପରିଚୟ ପତ୍ର ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ଓ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାଚିକା ଓ ସହାୟିକା ସଂଘର ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ଦାଶ, ବୁଗୁଡା ବ୍ଲକ ସଭାନେତ୍ରୀ ରୁନୁ ବେହେରା, ସମ୍ପାଦିକା ଗୋଲାପ ସାହୁ, ସହ ସମ୍ପାଦକ ସୁଜାତା ଦୋରା, କୋଷାଧ୍ୟକ୍ଷା ମଞ୍ଜୁଳା ପରିଡା, ପୋଲସରା ବ୍ଲକ ସଭାନେତ୍ରୀ, ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ଦାଶ ଓ ସୋରଡ଼ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାତ୍ର ଯୋଗଦେଇଥିଲେ। ପର୍ଯ୍ୟାୟ କ୍ରମେ ସମସ୍ତ ପାଚିକା ଓ ସହାୟିକା ମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯିବ ବୋଲି ବିଇଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here