୭୩ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସହ ଗୁରୁତ୍ୱପୂର୍ଣ ଘୋଷଣା

0
763

ନୂଆଦିଲ୍ଲୀ୧୫|୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପୂର୍ବ ଆନନ୍ଦ ଓ ଉତ୍ସାହ ସହିତ ୭୩ତମ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଥମେ ରାକ୍ଷୀପୂର୍ଣିମାର ଓ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଦେଶ ସ୍ୱାଧୀନ ବେଳେ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ, ତପସ୍ୱୀମାନଙ୍କୁ ମନେପକାଇବା ସହ ସେମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୋଦି । ଦେଶକୁ ବିକାଶର ପଥରେ ଆଗେଇନେବାକୁ ଦେଶବାସୀଙ୍କୁ ଆହ୍ବାନ ଦେବା ସହ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି :-ଧାରା ୩୭୦ ହଟାଯିବାପରେ ଏବେ ସାରା ଦେଶ ଗର୍ବରେ କହିପାରିବ ଗୋଟିଏ ଦେଶ, ଗୋଟିଏ ସମ୍ବିଧାନ । ପରିବାରକୁ ସୀମିତ ରଖୁଥିବା ବ୍ୟକ୍ତି ପ୍ରକୃତ ଦେଶଭକ୍ତ। ଭାରତୀୟ ପଦାତିକ ସେନା, ନୌସେନା ଏବଂ ବାୟୁସେନାର ଅଭିଯାନରେ ସମନ୍ଵୟ ରକ୍ଷା କରିବାକୁ ‘ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ’ ପଦବୀ ସୃଷ୍ଟି କରାଯିବ । ଦେଶର ଆର୍ଥିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଲାଗି ଭିତ୍ତିଭୂମି ବିକାଶରେ ଏକ ଲକ୍ଷ କୋଟି ଟଙ୍କା ଓ ଜଳ ଜୀବନ ମିଶନରେ ସାଢେ ୩ଲକ୍ଷ କୋଟି ବ୍ୟୟ ବରାଦ ହେବ । ଭାରତକୁ ଗରିବୀ ମୁକ୍ତ କରିବାକୁ ଆହ୍ବାନ ଦେବା ସହ ପ୍ଲାଷ୍ଟିକ ମୁକ୍ତ କରିବାକୁ ମୋଦି ଦେଶବାସୀଙ୍କ ସହଯୋଗ ଲୋଡିଛନ୍ତି ।

LEAVE A REPLY

Please enter your comment!
Please enter your name here