ପ୍ରତାପୁର ପଞ୍ଚାୟତ ରେ “ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ

0
423

ଭଞ୍ଜନଗର(ନିଲୁ ବିଷୋୟୀ) ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରତାପୁର ପଂଚାୟତ କାଯ୍ୟାଳୟ ରେ “ମୋ ଗାଁରେ ତହସିଲ” କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ପ୍ରସାଦ ତହସିଲଦାର ମନୋଜ କୁମାର ତ୍ରିପାଠୀ ଓ ଅତିରିକ୍ତ ତହସିଲଦାର ବାରିଆଲ୍ ମୁର୍ମୁ ଉପସ୍ଥିତ ରହି କାଯ୍ୟକ୍ରମ ପରିଚାଳନା କରିଥିଲେ। କାଯ୍ୟକ୍ରମରେ ପଂଚାୟତର ପ୍ରାୟ ୬୦ ଜଣଙ୍କୁ ପଟା ବଣ୍ଟନ କରାଯାଇଥିଲା। ମୋଟ ୧୯୬ ଜଣଙ୍କୁ ବିଭିନ୍ନ ପ୍ରକାରର ତହସିଲ ସେବା ଯୋଗାଇ ଦିଆଯାଇଥିଲା। ଅନେକ ବ୍ୟକ୍ତି ନିଜ ହାତ ପାହାନ୍ତାରେ ତହସିଲ ସେବା ପାଇଁ ଖୁସି ବ୍ୟକ୍ତ କରିଥିଲେ। କାଯ୍ୟକ୍ରମରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ନିଳାଞ୍ଚଳ ଗୌଡ଼, ବରିଷ୍ଠ କିରାଣୀ ସଂଜୀବ କୁମାର ମହାନ୍ତି, ଗାଣ୍ଡୁ ବେହେରା, ତପନ ପତି ସାମଲ ଓ ପ୍ରତାପୁର ଜନ ସେବା କେନ୍ଦ୍ର ପରିଚାଳକ ଧନଞ୍ଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here