ଦିଗପହଣ୍ଡିରେ ବ୍ରହ୍ମପୁର ବିମାନ ବନ୍ଦର ସ୍ଥାପନ ଆନ୍ଦୋଳନ

0
278

ବ୍ରହ୍ମପୁର() ବ୍ରହ୍ମପୁରଠାରେ ବିମାନ ବନ୍ଦର ସ୍ଥାପନ ନେଇ ଆଜି ଦିଗପହଣ୍ଡି ର ଗାନ୍ଧିଛକ ଓ ବିଜୁ ପଟନାୟକ ଛକ ଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 12ତମ ପଥପ୍ରାନ୍ତ ସଭା ସହ ପୋଷ୍ଟକାର୍ଡ ଓ ବ୍ୟାନେର ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ଏକ ସର୍ବବୃହତ ଜିଲ୍ଲା ଓ ରାଜ୍ୟ ଶାସକ ଦଳର ବହୁ ରାଜନେତା ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରି ଅତି କ୍ଷମତାଶାଳୀ ପଦ ପଦବୀରେ ପ୍ରତିଷ୍ଠିତ ଥିବା ଏପରିକି ନିଜେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଳାରୁ ପ୍ରତିନିଧିତ୍ୱ କରିସୁଦ୍ଧା ଜିଲ୍ଲାବାସୀଙ୍କ ଦୀର୍ଘବର୍ଷର ଦାବି କୁ ଅଣଦେଖା କରି ବ୍ରହ୍ମପୁର ଠାରେ ବିମାନବନ୍ଦର ସ୍ଥାପନ ନେଇ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିନାହାନ୍ତି l ଏହି କଥାଟି ବ୍ରହ୍ମପୁରବାସୀଙ୍କ ମନରେ ଖୁବ ନୈରାଶ୍ୟ ସୃଷ୍ଟି କରିଛି l ଆଜି ସକାଳେ ଓଡିଶା ବିଧାନସଭା ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବ୍ରହ୍ମପୁର ସର୍କିଟ ହାଉସରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି l ଦିଗପହଣ୍ଡି ବିଜୁ ପଟ୍ଟନାୟକ ଛକ ଠାରେ ସାହସ୍ରାଧିକ ବ୍ୟକ୍ତିବିଶେଷ ତଥା ବ୍ୟବସାୟିକ ସଂଘ ପୋଷ୍ଟକାର୍ଡ ବ୍ୟାନେର ଦସ୍ତଖତ ଅଭିଯାନ କୁ ପୁର୍ଣମାତ୍ରାରେ ସମର୍ଥନ କରିବାସହ ସମ୍ପୂର୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ମିଳିତ କ୍ରିୟାନୁଷ୍ଠାନ କମିଟି ଆବାହକ ରାଜେନ୍ଦ୍ର ପଣ୍ଡା, ସହ ଆବାହକ ଆଇନଜୀବୀ ଅବନୀ ଗୟା ଙ୍କ ସମେତ ଇଁ. ବିଜୟ ପାଣିଗ୍ରାହୀ,ଅଳକାନାଥ ମିଶ୍ର, ଦିଗପହଣ୍ଡି ବିକାଶ ପରିଷଦ ର ସଭାପତି ତଥା ଖେମୁଣ୍ଡି ଓକିଲ ସଂଘ ର ସମ୍ପାଦକ ଆଶ୍ୱେଷ ନାଥ ମିଶ୍ର, ଜଗଦୀଶ ମିଶ୍ର, ଶେଖର ନାୟକ, ଡ଼ଃ. ହରିକୃଷ୍ଣ ପଣ୍ଡା, ପ୍ରଫୁଲ୍ଲ ପଣ୍ଡା, ତପନ କୁମାର ମିଶ୍ର, ଅଧ୍ୟାପକ ସତ୍ୟ ଶରଣ ପାଠୀ,ବି. ସ୍ୱରାଜ୍ୟ ସୁବୁଦ୍ଧି, ଜାମୁଲା ସୁରେଶ, ବିଶ୍ଵଦେବ, ସୁଷମା ପଣ୍ଡା, ଡ଼ଃ. ଶିବ ପ୍ରସାଦ ମିଶ୍ର,ରବି ନାରାୟଣ ମହାରଣା ପ୍ରମୁଖ ଏହି ଅଭିଯାନକୁ ପରିଚାଳନାରେ ସହଯୋଗ କରିଛନ୍ତି l

LEAVE A REPLY

Please enter your comment!
Please enter your name here