ଚାଉଳ ବୋଝେଇ ଟ୍ରକ ଓଲଟି ୨ ଶ୍ରମିକ ମୃତ

0
426

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡିଙ୍ଗା-ଦୂରାଗାଁ ରାସ୍ତା ଡଙ୍ଗାପଖନା ନିକଟରେ ଆଜି ଅପରାହ୍ନ ପ୍ରାୟ ୨ଘଣ୍ଟା ସମୟରେ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଦୁଇ ଜଣ ହେଲେ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଟିର୍ଲିଆମ୍ବଗୁଡା ଗ୍ରାମର ନବ ହରିଜନ(୪୦) ଓ ସରାଦୁ ଭତରା(୩୫) । ଆଜି ନବରଙ୍ଗପୁର ଠାରୁ କୋଷାଗୁମୁଡା ବ୍ଲକକୁ ଓଡି୧୦ଏମ ୭୧୦୮ ଏକ ଆଇଚର ଟ୍ରକରେ ୧୮୦ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଟ୍ରକ ଟି କୋଡିଙ୍ଗା-ଦୂରାଗାଁ ରାସ୍ତା ଡଙ୍ଗାପଖନା ନିକଟ ର ଏକ ବୁଲାଣି ରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଟ୍ରକରେ ଶ୍ରମିକ ଭାବେ କାମ କରୁଥିବା ନବ ହରିଜନ ଓ ସରାଦୁ ଭତରା ରାସ୍ତା ତଳକୁ ଖସିଯାଇଥିବାବେଳେ ଘଟଣାସ୍ଥଳରେ ହିଁ ଦୁଇ ଜଣକଙ୍କର ମୃତ୍ୟୁ ଘଟିଥିଲା । ସୂଚନା ପାଇ କୋଡିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସ୍ଥଳରୁ ଟ୍ରକଟିକୁ ଜବତ କରି କୋଡିଙ୍ଗା ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here