ଯୁବ ରେଡ୍ କ୍ରସ୍ ତରଫରୁ ବିଶ୍ଵ ଏଡସ୍ ଦିବସ ପାଳିତ

0
279

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ରେଡ୍ ରିବନ କ୍ଲବ ତରଫରୁ କଲେଜ ପରିସର ମଧ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି । ପ୍ରାଧ୍ୟାପକ ସୁଧାଂଶୁ ରଞ୍ଜନ ଦାସଙ୍କ ସଭାପତିତ୍ବରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ରେଡ୍ କ୍ରସ କାଉନସିଲର ତଥା ରେଡ୍ ରିବନ୍ କ୍ଲବ ପରାମର୍ଶ ଦାତା ପ୍ରାଧ୍ୟାପକ ଲୋକନାଥ ମହାନ୍ତି । ସଭାପତି ଶ୍ରୀଯୁକ୍ତ ଦାସ ଏଡ଼ସର ଇତିହାସ ସମ୍ପର୍କରେ ସ୍ବେଚ୍ଛାସେବୀ ମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟବକ୍ତା ଅଧ୍ୟାପକ ସୁନିଲ କୁମାର ମୁନି  ଯୋଗଦେଇ ଏଡ଼ସ ରୋକିବାରେ ଯୁବ ସମାଜର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ:- ” ବିବାହ ପୂର୍ବରୁ ଏଡ଼ସ ପରୀକ୍ଷା ଗୁରୁତ୍ଵ କି ? ” ଓ ବକ୍ତୃତା :- “ଏଡ଼ସ ଏକ ନୀରବ ଆତଙ୍କ ” , ପୋଷ୍ଟର ପ୍ରତିଯୋଗିତା, ମୁଖ ଚିତ୍ର , ସାମାଜିକ ଗଣମାଧ୍ୟମରେ ସ୍ବେଚ୍ଛାସେବୀ ଙ୍କ ଭିଡିଓ ବାର୍ତ୍ତା ଅନୁଷ୍ଠିତ ହୋଇଥିଲା । ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା  । ଶେଷରେ କାଉନ୍ସିଲର ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶେଷରେ ପ୍ରଶାନ୍ତ କୁମାର ଦାସ, ଆଇ.ସି.ଟି.ସି. ପରାମର୍ଶଦାତା ଓ ମୁକେଶ ଚନ୍ଦ୍ର ମାଳି, ବରିଷ୍ଠ ଚିକିତ୍ସା ପର୍ଯ୍ୟବେକ୍ଷକ, ଯକ୍ଷ୍ମା ବିଭାଗ, ଜଗନ୍ନାଥ ପ୍ରସାଦ ମେଡିକାଲ ତରଫରୁ ଆସି ସ୍ବେଛାସେବୀ ମାନଙ୍କୁ ଏଡସ ସମ୍ପର୍କରେ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ  ସୌମ୍ୟ ରଞ୍ଜନ ନାୟକ, ସମୀର ପ୍ରଧାନ, ସମ୍ବିତ ଗୌଡ଼ , ଅନନ୍ତ ନାରାୟଣ ମହାପାତ୍ର, ରାଜା ନାୟକ, ଜୀବନ ନାୟକ, ଦୀପକ କୁମାର ସେଠୀ, ଉଗ୍ରସେନ ନାୟକ , ସଙ୍ଗୀତା ପାତ୍ର , ବର୍ଣାଳୀ ନାୟକ, ସୁଭସ୍ମିତା ଦାସ, ତପସ୍ଵିନୀ ଭୂୟାଁ, ଇପ୍ସିତା ମହାନ୍ତି, ଜ୍ୟୋତି ନାୟକ, ସ୍ୱାଗତିକା ପ୍ରଧାନ, ଅର୍ଚ୍ଚନା ବେହେରା, ଜ୍ଞାନ ପ୍ରଭା ପ୍ରଧାନ, ଦିପ୍ତିମୟୀ ନାୟକ  ସହଯୋଗ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here