ଜିଲ୍ଲାପାଳ,ଗଞ୍ଜାମ ଓ ଆରକ୍ଷୀ ଅଧିକ୍ଷକ,ଗଞ୍ଜାମଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

0
230

ଛତ୍ରପୁର :ଗଞ୍ଜାମ ଜିଲ୍ଲା ଜନ ସାଧାରଣଙ୍କ ହିତ ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ବାରା ଅଭିଯୋଗ ଶୁଣାଣି ଓ ଦିବ୍ୟାଙ୍ଗ ଜନ ସମାଧାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥି୍ଲା । ଏହା ଦ୍ବାରା ଜିଲ୍ଲାର ଅଧିକାଂଶ ଲୋକ ଏହାର ସୁଫଳ ପାଇପାରିଛନ୍ତି । ଚଳିତ ମାସ ତା. ୦୬.୦୬.୨୦୨୨ରିଖ (ସୋମବାର ଦିନ) ଘ.୧୦.୦୦ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଉଗଡ ସମ୍ମିଳନୀ କକ୍ଷ ଠାରେ ଏବଂ ତା.୧୩.୦୬.୨୦୨୨ରିଖ (ସୋମବାର ଦିନ) ଘ.୧୦.୦୦ ସମୟରେ ଉପ ଜିଲ୍ଲାପାଳ ଭଞ୍ଜନଗର ଙ୍କ କାର୍ଯ୍ୟାଳୟ ଠାରେ ଶୁଣାଣି କରାଯିବ । ତତ୍ ସହିତ ଦିବ୍ୟାଙ୍ଗ ମାନଙ୍କ ସୁବିଧା ନିମନ୍ତେ ସେହି ଦିନ ପ୍ରଥମିକତା ଭିତ୍ତିରେ ସର୍ବ ପ୍ରଥମେ ସେମାନଙ୍କ ଅଭିଯୋଗ ଶୁଣାଣି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ, ଗଞ୍ଜାମ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here