ଭଞ୍ଜନଗର ଉପଖଣ୍ଡରୁ ୪୦ ଲକ୍ଷ ୫୫ ହଜାର ଟଙ୍କା ଜୋରିମାନା ଆଦାୟ ; ରେଡକ୍ରସ ପାଣ୍ଠିକୁ ପ୍ରଦାନ

0
2272

ଭଞ୍ଜନଗର(ନିଲୁ ବିଷୋୟୀ) ଲକଡାଉନ ସମୟରେ ଲାଗୁହେଇଥିବା ବିଭିନ୍ନ ନିୟମ କାନୁନ କୁ ଅମାନିଆ ମାନେ ବେଖାତିର କରି 40 ଲକ୍ଷ 55 ହଜାର ଟଙ୍କା ଭଞ୍ଜନଗର ଉପଖଣ୍ଡରେ ଗଣିଛନ୍ତି | କୋରନା କିପରି ନ ବ୍ୟାପିବ ସେଥିପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ନେତୃତ୍ୱରେ ଉପଖଣ୍ଡର ସମସ୍ତ ଅଧିକାରୀ ମାନେ ଦିନ ରାତି ଏକ କରି କୋରନା ନବ୍ୟାପିବା ଦିଗରେ ଉତ୍ତମ କାମ କରିଥିଲେ । ଲକ ଡାଉନ ସମୟରେ କିଛି ଅସାଧୁ ବ୍ୟବସାୟୀ ଏବଂ ଅମାନିଆ ମାନଙ୍କ ବିରୁଦ୍ଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭିନ୍ନ ସ୍ଥାନରେ ଚଢାଉ କରି ମୋଟା ଅଙ୍କରେ ଜୋରିମାନା ମଧ୍ୟ ଆଦାୟ କରିଥିଲା। ଭଞ୍ଜନଗର ଉପଜିଲ୍ଲାପାଳ ଉପଖଣ୍ଡ ରେ ସଂଗୃହିତ ଅର୍ଥ ରେଡକ୍ରସ ପାଣ୍ଠିକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଭେଟି ପ୍ରଦାନ କରିଛନ୍ତି। ଯାହାକି ଜିଲ୍ଲା ରେଡକ୍ରସ ପାଣ୍ଠିରେ ଜମା କରାଯାଇଛି । ଏହି ସଂଗୃହିତ ପାଣ୍ଠି ଅସହାୟଙ୍କ ସେବାରେ ଲାଗିବ ବୋଲି ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here