ରାସ୍ତା ମରାମତି ପାଇଁ ଗ୍ରାମବାସୀଙ୍କ ଦାବି

0
365

ଭଞ୍ଜନଗର(ନିଲୁ ବିଷୋୟୀ) ରାସ୍ତାକୁ ନେଇ ଅଠର ଖଣ୍ଡ ଗ୍ରାମବାସୀ ହେଉଛନ୍ତି ହନ୍ତସନ୍ତ । ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି କର୍ଣପାତ କରୁନଥିବା କହିଛନ୍ତି ଅଞ୍ଚଳବାସୀ । ଏଭଳି ଅଭିଯାଗ ଆସିଛି ବେଲଗୁଣ୍ଠା ବ୍ଲକ କ୍ଷେତ୍ରୟବରପୁର ପଞ୍ଚାୟତରୁ । ସୋରଡା ବ୍ଲକକୁ ସଂଯୋଗ କରୁଥିବା ବୁଢ଼ାକେନ୍ଦୁ ରାସ୍ତା ଦୀର୍ଘଦିନ ହେଲା ମରାମତି ହୋଇନଥିବା କାରଣରୁ ପାଳସପଲ୍ଲୀ, ଗୁଡିବନ୍ଧ ଭଳି ଅନେକ ଗାଁ ର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ପ୍ରତିଦିନ କ୍ଷତ୍ରିୟବରପୁର ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ମାନେ ଏହି ରାସ୍ତା ଉପରେ ସାଇକେଲ ଯୋଗେ ଯାଇଥାନ୍ତି । ରାସ୍ତା ସାରା ଖାଲ ମାଳ ମାଳ ହୋଇଥିବା କାରଣ ରୁ ପିଲାମାନେ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି । ସେହିପରି ଅଟୋ ମାନେ ମଧ୍ୟ ଏହି ରାସ୍ତାରେ ଯିବାପାଇଁ ଅମଙ୍ଗ ହେଉଥିବା ସହିତ ଅଧିକ ଭଡା ଦାବି କରିଥାନ୍ତି । ରାସ୍ତା ପାଇଁ ଅଂଚଳବାସୀ ବିଭିନ୍ନ ସମସ୍ୟାର ସମୁଖୀନ ହେଉଥିବା ସେମାନେ ପ୍ରକାଶ କରିଛନ୍ତି । ପ୍ରଶାସନ ତୁରନ୍ତ ଏଥି ପ୍ରତି ନଜର ଦେବା ସହ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ନଜରରେ ରଖି ତୁରନ୍ତ ଏହି ରାସ୍ତାକୁ ମରାମତି କରୁ ବୋଲି ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here