୮୧କେଜି ଗଞ୍ଜେଇ ସହ ଗାଡ଼ି ଜବତ

0
290

ମୋହନା(ଅଂଶୁମାନ ପଣ୍ଡା) ଗଜପତି ଜିଲ୍ଲା ଏସପି ଶ୍ରୀ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦିନ ରାତି ଏକ କରି ଅଡବା,ମୋହନା,ଉଦୟଗିରି ଥାନା ପୋଲିସ ଜୋର ଦାର ପେଟ୍ରୋଲିଂ ଜାରି ରଖିଛନ୍ତି ।ଶନିବାର ସକାଳୁ ମୋହନା ଥାନା ଅଧିକାରୀ ଶ୍ରୀ ସୁଜିତ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ସିନ୍ଧୁ ସାରକା ଓ ତାଙ୍କ ଟିମ ହିଚାଗାଞ୍ଜି ରାସ୍ତାରେ ପେଟ୍ରୋଲିଂ କରିବା ସମୟରେ ଏକ ହଣ୍ଡା କାର ନଂ ଓଡ଼ି୦୨ ଏୟୁ ୫୩୦୮ ଦୃତ ଗତିରେ ଆସୁଥିବା ଦେଖି ଅଟକାଇଥିଲେ । ପୋଲିସ ଗାଡ଼ି ଦେଖି ଗାଡ଼ି ଚାଳକ ଚାଲିବା ଅବସ୍ଥାରେ ଗାଡିଟି ଛାଡ଼ି ଚାଲି ଯାଇଥିଲେ ।ଫଳରେ ଦୁଇ ଗଞ୍ଜେଇ ବ୍ୟବସାୟୀ ସହ ଗାଡ଼ିଟି ରାସ୍ତା କଡରେ ଓଲଟି ପଡ଼ିଥିଲା। ଗାଡ଼ି ଯାଞ୍ଚ କରିବା ବେଳେ ଗାଡ଼ି ଭିତରେ ୩ ବସ୍ତା ଗଞ୍ଜେଇ ଥିବା ଦେଖି ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ଉପସ୍ଥିତରେ ଓଜନ କରିବାରୁ ଜବତ ଗଞ୍ଜେଇ ୮୧କେଜି ୭୦୦ ଗ୍ରାମ ହୋଇଥିଲା । ଗାଡ଼ି ଜବତ କରି ପୋଲିସ ମୋହନା ଥାନାରେ କେଶ ନଂ୪୭/୨୧ଏକ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here