ବନ ବିଭାଗ ଦ୍ଵାରା ୯ ଖଣ୍ଡ ଶାଗୁଆନ ଗଣ୍ଡି ସହ ଟାଟା ଏସି ଗାଡି ଜବତ, ୩ ଗିରଫ

0
297

ପୋଲସରା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ପେଟ୍ରୋଲିଙ୍ଗ କରୁଥିବା ସମୟରେ ହାତୀଓଟ ଓ ବାଲିଛାଇ ରାସ୍ତାର ଧୋୟାକଣା ଗ୍ରାମ ନିକଟରେ ଏକ ଟଟାଏସି ଗାଡ଼ିରେ ୯ ଖଣ୍ଡ ସାଗୁଆନ କାଠ ଗଣ୍ଡି ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ଗାଡି ସହ କାଠ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଆସାମୀ ମାନେ ହେଲେ ଏ.ବରିଡା ଗ୍ରାମର ବସନ୍ତ କୁମାର ପ୍ରଧାନ, ନାରାୟଣ ମାଝି,ଓ କାହ୍ନୁ ଚରଣ ପ୍ରଧାନ । ଏହି ଚଢ଼ାଉରେ ବନପାଳ ସୁକାନ୍ତ କୁମାର ପଟ୍ଟନାୟକ, ବନରକ୍ଷୀ ସୁବୋଧ ବେହେରା,ଓ ରମାକାନ୍ତ ହୋତା, ଏବଂ ପରାଫରେଷ୍ଟର କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ପୋଲସରା ବନାଞ୍ଚଳ କାର୍ଯ୍ୟାଳୟ କେସ ନଂ ୨୯୧/ ୨୦-୨୧ ପ୍ରକାରେ ଏକ ମାମଲା ରୁଜୁ ହେବାସହ କାଠ ସହ ଗାଡିର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଗିରଫ ହୋଇଥିବା ୩ ଜଣ ଆସମୀକୁ କୋର୍ଟ ଚାଲାଣ ହୋଇଥିବା ପୋଲସରା ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here