ଉମରକୋଟ ଷ୍ଟେଟ ବ୍ୟାଙ୍କ ତରଫରୁ ଏସ.ଏଚ.ଜି ସ୍ୱମୟନ ମେଳା ଅନୁଷ୍ଠିତ

0
254

ଉମରକୋଟ(କ୍ରିଷ୍ଣା ସାହୁ) ଉମରକୋଟ ଷ୍ଟେଟ ବ୍ୟାଙ୍କ ତରଫରୁ ୧୯ ତାରିଖ ରେ ଉମରକୋଟ ମୁଖ୍ୟ ଷ୍ଟେଟ ବ୍ୟାଙ୍କ ଠାରେ ଏସ.ଏଚ.ଜି ସମନ୍ୱୟ ମେଳା ଅନୁଷ୍ଠିତ ହୋଇଥିଲା. ଷ୍ଟେଟ ବ୍ୟାଙ୍କ ଡି.ଜି.ଏମ ଶ୍ରୀ ସକ୍ୟାସିନହା ବୈରାଗୀ ଓ ଜୟପୁର ଆର.ଏମ ଶ୍ରୀ ସୁକାନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ. ପ୍ରଥମେ ଅତିଥି ମାନେ ଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଟିକୁ ଶୁଭାରମ୍ଭ କରିଥିଲେ. ମହିଳା ମାନେ ନିଜେ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ମହିଳା ଏସ.ଏଚ.ଜି ଗ୍ରୁପ ମାନଙ୍କୁ କିପରି ଭାବେ ବ୍ୟାଙ୍କ ରେ ଋଣ ମିଳିବ, ବ୍ୟାଙ୍କ ଋଣ କୁ କିପରି ଭାବେ ପରିଶୋଧ କଲେ ଏସ.ଏଚ.ଜି ଗ୍ରୁପ ମାନେ ଲାଭବାନ ହୋଇପାରିବେ ଓ ମହିଳା ଗ୍ରୁପ ମାନେ ନେଇଥିବା ଋଣ କୁ ଠିକ ଭାବେ ରେ ପୈଠ କଲେ ଋଣ ପିଛା ୭% ସୁଧ କୁ କେନ୍ଦ୍ର ସରକାର ୩% ଓ ରାଜ୍ୟ ସରକାର ୪% ସୁଧ ଦେଇଥାନ୍ତି ଅର୍ଥାତ ଠିକ ସମୟ ରେ ଋଣ ପୈଠ କଲେ 0% ସୁଧ ରେ ମହିଳା ଗ୍ରୁପ ଲୋନ ଦିଆଯାଉଛି ବୋଲି ଶ୍ରୀ ବୈରାଗୀ କହିଥିଲେ. କରନା ମହାମାରୀ ରେ ଏସ.ଏଚ.ଜି ଗ୍ରୁପ ର ଅବଦାନ ରହିଥିଲା ଯେପରି ମାସ୍କ ତିଆରି କରି ବଣ୍ଟନ କରିବା ଓ ରନ୍ଧା ଖାଦ୍ୟ ବଣ୍ଟନ କରିବା ଭଳି. ସମସ୍ତ ଏସ.ଏଚ.ଜି ଗ୍ରୁପ ସଦସ୍ୟା ମାନଙ୍କୁ ନିଜ ପରିବାର ସୁରକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ୩୩୦ ତାଙ୍କ ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ୧୨ଟଙ୍କିଆ ବୀମା ଯୋଜନା ସହ ଛୋଟ ଝିଅ ମାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ବୁଝାଇଥିଲେ . ଉମରକୋଟ ରେ ଥିବା ମାଆ ବସ୍ତ୍ରାଣି ମୁକ ବଧିର ବିଦ୍ୟାଳୟ କୁ ପ୍ରତି ବର୍ଷ ଷ୍ଟେଟ ବ୍ୟାଙ୍କ ତରଫରୁ ୩୫୦୦୦ ଟଙ୍କା ସହଯୋଗ କରାଯିବ ବୋଲି ଷ୍ଟେଟ ବ୍ୟାଙ୍କ ଡି.ଜି.ଏମ ଶ୍ରୀ ବୈରାଗୀ ପ୍ରତିଶୃତି ଦେଇଥିଲେ. ତେବେ ଉମରକୋଟ ଷ୍ଟେଟ ବ୍ୟାଙ୍କ ର ବହୁ ପୁରାତନ ଗ୍ରାହକ ଭଗବାନ ମାଝୀ ଙ୍କୁ ମୁଖ୍ୟ ଅତିଥି ଭାବରେ ସଂମାନିତ କରାଯାଇଥିଲା ତାଙ୍କ ସହ ଜନ୍ମୟ ହୋତା , ଏନ ନରସିଂହ ମୂର୍ତ୍ତି , ଗୋବିନ୍ଦ ମୋଟର ଓ ବରିଷ୍ଠ ଓକିଲ ଶ୍ରୀନିଭାସ ପଟ୍ଟନାୟକ ଙ୍କୁ ସଂମାନିତ କରାଯାଇଥିଲା. ଶେଷରେ ପ୍ରାୟ ୧୫ ଗୋଟି ଏସ.ଏଚ.ଜି ଗ୍ରୁପ ମାନଂକୁ ଲୋନ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା. କାର୍ଯ୍ୟକ୍ରମ ରେ ଉମରକୋଟ ଷ୍ଟେଟ ବ୍ୟାଙ୍କ ଚିଫ ମ୍ୟାନେଜର ବନବିହାରି ପତ୍ର ଓ ବ୍ରାଞ୍ଚ ମ୍ୟାନେଜର ନେଚିକତା ମହାନ୍ତି ସହ ସମସ୍ତ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here