ଗଜପତି ପୋଲିସର ଚଢ଼ାଉ; ୨୨୫ କେଜି ଗଞ୍ଜେଇ ଜବତ, ଜଣେ ନାବାଳକ ସମେତ ୭ ଗିରଫ

0
336

ମୋହନା(ଅଂଶୁମାନ ପଣ୍ଡା) ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକ ଙ୍କ ନିଦେଶ କ୍ରମେ ଜିଲ୍ଲା ରେ ଚାଲିଥିବା ଗଞ୍ଜେଇ ଚୋରା ଚାଲାଣ କୁ ରୋକିବା ପାଇଁ ବିଭିନ ସମୟ ରେ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଚାଲିଛି ଆଜି ଆର.ଉଦୟଗିରି, ମୋହନା ଓ ଅଡବା ଥାନା ପୋଲିସ ଏକାକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଗୋଟି ଗାଡ଼ିରୁ ୨୨୫ କେଜି ଗଞ୍ଜେଇ ଜବତ କରି ଚାଲାଣରେ ସମ୍ପୃକ୍ତ ଜଣେ ନାବାଳକ ସମେତ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ, ବିହାର ପାଟଣାର ସନ୍ତୋଷ କୁମାର, ଚନ୍ଦନ କୁମାର, ପୁଷ୍ପେନ୍ଦ୍ର କୁମାର ସିଂ, ବିନ୍ଦ୍ରଶ୍ୱରୀ ସିଂ, ପଙ୍କଜ କୁମାର ଗୁପ୍ତା ଓ ଆର.ଉଦୟଗିରିର ରୁଡ଼ିଙ୍ଗିଆ ଗାଁର ପରମାନନ୍ଦ ନାୟକ ଓ ଜୀବିତ ଗମଙ୍ଗ ସମେତ ଜଣେ ନାବାଳକ ରହିଛି । ସୂଚନାନୁଯାୟୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟନାୟକଙ୍କ ନିର୍ଦ୍ଦେଶକ୍ରମେ କ୍ରମେ ୩ ଗୋଟି ଥାନା ପୋଲିସ କମଳାପୁର, ଝିଲିକି, ଅଲିଗଣ୍ଡା ଓ କଟଙ୍ଗପଡା ଆଦି ଛକରେ ଚଢ଼ାଉ କରି ୨ ଗୋଟି କାର ଓ ଗୋଟିଏ ସ୍କୋର୍ପିଓରୁ ୨କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରି ଅଭିଯୁକ୍ତମାନକୁ ଗିରଫ କରିଛି ପୋଲିସ ।ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ମୋହନା ଓ ଆର.ଉଦୟଗିରି ଅଂଚଳରୁ ଗଂଜେଇ ନେଇ ବିହାର ରାଜ୍ୟକୁ ଚାଲାଣ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here