ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ;୫ ଗୁରୁତର

0
565

ଭଞ୍ଜନଗର/ସୋରଡା(ନିଲୁ ବିଶୋଇ) ସୋରଡା ଥାନା ଅନ୍ତର୍ଗତ ଗୋପାଳପୁର ଶାସନ ଗ୍ରାମ ରେ ଶୁକ୍ରବାର ସନ୍ଧ୍ୟାରେ ପାରିବାରିକ ଜମିବିବାଦ କୁ ନେଇ 2 ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି 5 ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ପରିବାରର ସମ୍ପର୍କୀୟ ମାନେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଉକ୍ତ ଗ୍ରାମର ଧନୁ ଅଧିକାରୀ ଓ ଉତ୍ତମ ଅଧିକାରୀ ଦୁଇ ଭାଇ ଅଟନ୍ତି । ଉଭୟ ଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମି ବିବାଦ ଲାଗିରହିଥିଲା। ଶୁକ୍ରବାର ଉତ୍ତମ ର ଦୁଇ ପୁଅ ବଳରାମ ଓ କାଳିଆ ପାରିବାରିକ ଜମିକୁ ସଫା କରିବାକୁ ଯାଇଥିଲେ । ଏକଥା ଶୁଣି ଧନୁ ର ତିନି ପୁଅ ଭଜରାମ,ଘନଶ୍ୟାମ,ଦୁଖୀଶ୍ୟାମ ଜମି ନିକଟକୁ ଯାଇ ପ୍ରତିବାଦ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ବଚସା ଉଗ୍ର ରୂପ ଧାରଣ କରିବା ସହ ଧାରୁଆ ଅସ୍ତ୍ର ରେ ଆକ୍ରମଣ ହୋଇଥିଲା ।ଗୋଟିଏ ପରିବାରର ଧନୁ ଓ ତାଙ୍କ ପୁଅ ଭଜରାମ,ଘାନଶ୍ୟାମ,ଦୁଖୀଶ୍ୟାମ ଗୁରୁତର ହୋଇଥିବା ବେଳେ ଅନ୍ୟପଟେ ଉତ୍ତମ ଗୁରୁତର ହୋଇଥିବା ଜଣାପଡିଛି । ଘାନଶ୍ୟାମ କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ସୋରଡା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଏସଆଇ ସୁନୀଲ କଣ୍ଡୋଗୋରୀ ଓ ଟିମ ଉଭୟ ମେଡିକାଲ ଓ ଗାଁରେ ପହଂଚି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି

LEAVE A REPLY

Please enter your comment!
Please enter your name here