ବେଲଗୁଣ୍ଠା ପ୍ରେସ୍ କ୍ଳବରେ କରୋନା ଯୋଦ୍ଧା ସମ୍ମାନ ସମାରୋହ ; ଗଞ୍ଜାମକୁ କରୋନା ମୁକ୍ତ କରାଇବାରେ ଯୋଦ୍ଧାଙ୍କ ଅବଦାନ ଅତୁଳନୀୟ -ମାନ୍ୟବର ବିଧାୟକ ପୁର୍ଣ୍ଣଚନ୍ଦ୍ର

0
302

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ସମଗ୍ର ବିଶ୍ୱ ସମୁଦାୟର କରୋନା ବିରୁଦ୍ଧରେ ଲଢ଼େଇ ଜାରି ରଖିଥିବା ବେଳେ ଜନସାଧାରଣଙ୍କୁ କରୋନା ସଚେତନତା କରାଇବା,ପ୍ରବାସୀ ମାନଙ୍କୁ ଥଇଥାନ କରିବା,କରୋନା ପରୀକ୍ଷା କରିବା ଆରମ୍ଭ କରିବା ଠାରୁ ଆରମ୍ଭ କରୋନା ଆକ୍ରାନ୍ତ ବ୍ୟକ୍ତି ନିରୋଗୀ ହେବା ପର୍ଯ୍ୟନ୍ତ ବିଭିନ୍ନ ପ୍ରଶାସନିକ ଅଧିକାରୀ,ସରପଞ୍ଚ ତଥା ଜନ ପ୍ରତିନିଧିଙ୍କ କାର୍ଯ୍ୟ ପ୍ରଶଂସନୀୟ ।ଏହି ଅବସରରେ କରୋନା ମୁକାବିଲାରେ ବିଭିନ୍ନ କରୋନା ଯୋଦ୍ଧାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ
ବେଲଗୁଣ୍ଠା ପ୍ରେସ୍ କ୍ଳବ ତରଫରୁ ପ୍ରଥମ ପର୍ଯ୍ୟାୟରେ କିଛି କରୋନା ଯୋଦ୍ଧା ଙ୍କୁ ପୁର୍ବରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଜି ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ବେଲଗୁଣ୍ଠା ଅଞ୍ଚଳର କିଛି ବ୍ୟକ୍ତି ବିଶେଷଙ୍କୁ କରୋନା ଯୋଦ୍ଧା ଭାବେ ବେଲଗୁଣ୍ଠା ସ୍ଥିତ ବଣିକ ସଂଘ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଛି ।ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୁପେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଗଞ୍ଜାମ ଜିଲ୍ଲା କରୋନା କବଳରୁ ଧିରେ ଧିରେ ମୁକ୍ତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ବେଲଗୁଣ୍ଠା ବ୍ଳକ୍ ପ୍ରଥମ ଗ୍ରିନ୍ ଜୋନ୍ ହୋଇଛି ।ଏଥିପାଇଁ କରୋନା ଯୁଦ୍ଧରେ ଅବତୀର୍ଣ୍ଣ ସମସ୍ତ କରୋନା ସଂଗ୍ରାମୀଙ୍କ ଭୁମିକା ଅତୁଳନୀୟ ।ସେମାନଙ୍କୁ ଏହି ସମ୍ମାନ ନିଶ୍ଚିତ ଭାବରେ ସେମାନଙ୍କୁ ଉତ୍ସାହ ଯୋଗାଇବ ବୋଲି କହିବା ସହ ପ୍ରେସ୍ କ୍ଳବର ଏହି ପ୍ରୟାସକୁ ଭୁୟଷୀ ପ୍ରଶଂସା କରିଥିଲେ ।ମୁଖ୍ୟବକ୍ତା ଭାବରେ ଭଞ୍ଜନଗର ପ୍ରେସ୍ କ୍ଳବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଲୋକନାଥ କର ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନେ ମଧ୍ୟ ଜଣେ ଜଣେ ଯୋଦ୍ଧା ଭାବରେ କାର୍ଯ୍ୟ କରିଆସୁଛନ୍ତି ।ବେଲଗୁଣ୍ଠା ପ୍ରଶାସନ ଓ ପ୍ରେସକ୍ଳବର ମିଳିତ ଉଦ୍ୟମରେ ବେଲଗୁଣ୍ଠା ବ୍ଳକ ଓ ଏନ୍.ଏ.ସି ରେ କରୋନାର କହର ହ୍ରାସ ପାଇବାରେ ଲାଗିଛି ।ତେଣୁ ସମସ୍ତଙ୍କ ସମ୍ମିଳିତ ପ୍ରଚେଷ୍ଟା ବଳରେ କରୋନା କୁ ସମ୍ପୂର୍ଣ୍ଣ ହରାଇପାରିବା ବୋଲି କହିଥିଲେ ।
ଅନ୍ୟତମ ଅତିଥି ରୁପେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ବିଡ଼ିଓ ଶଶିଭୁଷଣ ମହାପାତ୍ର,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାଃ ବାଲୁଙ୍କେଶ୍ୱର ଷଢ଼ଙ୍ଗୀ, ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ,ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ, ପୁର୍ବତନ ଜିଲ୍ଲା ପରିଷଦ ମାଗେତା ଦଳବେହେରା ପ୍ରମୁଖ ମଞ୍ଚାସୀନ ଥିଲେ ।ପ୍ରେସ୍ କ୍ଳବ ସମ୍ପାଦକ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ବିଧାୟକ ଶ୍ରୀ ସ୍ୱାଇଁ ପ୍ରଦୀପ ପ୍ରଜ୍ଜଳନ ପୁର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।ପ୍ରେସ୍ କ୍ଳବ ସଦସ୍ୟ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦ୍ୱିବଂଗତ ପୁର୍ବତନ ଧୁମୁଛାଇ ସରପଞ୍ଚ ମନୋଜ ପ୍ରଧାନଙ୍କ ପିତା ମୁରଲୀଧର ପ୍ରଧାନଙ୍କୁ ମନୋଜ ଙ୍କ ଉଦ୍ଦେଶ୍ୟରେ ସହିଦ ସମ୍ନାନରେ ସମ୍ମାନିତ କରାଯାଇଥିଲା ।ସେହିପରି ଉଲ୍ଲେଖନୀୟ ପରିଚାଳନା ପାଇଁ ବେଲଗୁଣ୍ଠା
ବିଡ଼ିଓ ଶଶିଭୁଷଣ ମହାପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର,ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର ଡାକୁଆ,କ୍ଷତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ,ମେଡିକାଲ ଅଫିସର ଡାଃ ସରୋଜ ପ୍ରଧାନ, ଯୋଗାଣ ନୀରୀକ୍ଷକ ସୁବ୍ରତ ଚୌଧୁରୀ,ଖଇରପୁଟି ସମିତି ସଭ୍ୟ ପ୍ରଭାତ ସ୍ୱାଇଁ,ଚଳଚ୍ଚିତ୍ର ନିର୍ମାତା ଶିଶିର କୁମାର ଙ୍କ ସହ ବେଲଗୁଣ୍ଠା ବ୍ଳକ ଓ ଏନ୍. ଏ.ସିର ବିଭିନ୍ନ ଖବରକାଗଜ ବିତରକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।ତତ୍ ସହିତ ଶିଶିର କୁମାର ଙ୍କ ଦ୍ବାରା ନିର୍ମିତ “ମାସ୍କ ନାହିଁ ତ ଯାତ୍ରା ନାହିଁ” ନାମକ ଏକ ଚଳଚ୍ଚିତ୍ର ବିଧାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।କାର୍ଯ୍ୟକ୍ରମର ପ୍ରେସ୍ କ୍ଳବ ଉପ ସଭାପତି ପ୍ରଭାତ ସାହୁ, ସହ-ସମ୍ପାଦକ ସରୋଜ ଶତପଥୀ,ସୁରେଶ ସୁବୁଦ୍ଧି, ସୁଶାନ୍ତ ବେହେରା,ବିଭୁପାଦ ଜେନା, ସନ୍ତୋଷ ବିଷୋୟୀ,ସୁଶାନ୍ତ ମିଶ୍ର,ଚନ୍ଦନ ସାହୁ, ଶିବରାମ ଚୌଧୁରୀ,ଜଗନ୍ନାଥ ନାୟକ,ରାଜେଶ ପଣ୍ଡା,ମନୋଜ ଦାସ ପ୍ରମୁଖ ପରିଚାଳନା କରିଥିବା ବେଳେ ବିଭୁପାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସନ୍ତୋଷ ସୁବୁଦ୍ଧି, ଭି.ଦେବୀ ପ୍ରସାଦ ପାତ୍ର,ସନ୍ତୋଷ ପଟ୍ଟନାୟକ,ପ୍ରଫୁଲ୍ଲ ପଣ୍ଡା, ଦିଲ୍ଲୀ ସ୍ୱାଇଁ, ରାମକୃଷ୍ଣ ପାତ୍ରଙ୍କ ସହ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here