ପୁଣି ଚର୍ଚ୍ଚାରେ ସୁନାମଧନ୍ୟ ଶିଳ୍ପୀ ସତ୍ୟ ମହାରଣା;ତିଆରି କଲେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି

0
731

ବ୍ରହ୍ମପୁର ୧୫/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତି ପୁରୁଣା ଖବର କାଗଜରେ ନୂତନ ଢଙ୍ଗରେ ଅବସ୍ଥାପିତ କରି ଚର୍ଚ୍ଚାରେ ଆସିଛନ୍ତି ଶିଳ୍ପୀ ସତ୍ୟ ମହାରଣା | ସେ ପୁରୁଣା ଖବର କାଗଜକୁ ମକଚା ମକଚି କରି ଗାନ୍ଧିଜୀଙ୍କର ୭’ଇଞ୍ଚ ଉଚ୍ଚ ଓ ୫’ଇଞ୍ଚ ଓସାର ବିଶିଷ୍ଟ ମୂର୍ତ୍ତି ତିଆରି କରିଛନ୍ତି | ଏବଂ ପ୍ରତିମୁର୍ତ୍ତିକୁ ଲାଗି ଅବସ୍ଥାପିତ ହୋଇଛି ଭାରତ ମାନ ଚିତ୍ର | ଏହି ମାନଚିତ୍ର ମଧ୍ୟ ପୁରୁଣା ଖବର କାଗଜ ରେ ତିଆରି ହୋଇଛି ଓ ଏଥିରେ ଲେଖା ଅଛି ମେରା ଭାରତ ମହାନ | ଗତ ରଥ ଯାତ୍ରା ରେ ୧.୫’ଇଞ୍ଚ ରଥ ତିଆରି କରି ଓ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ୫’ଇଞ୍ଚ ଉଚ୍ଚ ୩.୭’ ଓସାର ମା -ଶିଶୁଙ୍କ ଯୌଥ ପ୍ରତିକୃତି ନିର୍ମାଣ କରି ସେ ସୁନାମ ଅର୍ଜନ କରି ଥିଲେ |
କୌଣସି ସାମାଜିକ ପର୍ବ ହେଉ ବା ଜାତୀୟ ଉତ୍ସବ ହେଉ ,କିଛି ନ କିଛି ନୂଆ ଢଙ୍ଗର କଳା ପ୍ରଦର୍ଶନ କରି ସବୁବେଳେ ପ୍ରଶଂସାର ପାତ୍ର ହୋଇଥାନ୍ତି ବ୍ରହ୍ମପୁର ସହରର ସୁନାମ ଧନ୍ୟ ଶିଳ୍ପୀ ସତ୍ୟ ମହାରଣା |

LEAVE A REPLY

Please enter your comment!
Please enter your name here