ଶାଳବଣ ନିକଟରେ ବାଇକ୍ ଦୁର୍ଘଟଣା, ୨ ଗୁରୁତର l

0
647

ବେଗୁନିଆପଡ଼ା,୧୫/୦୮(ନ୍ୟୁଜଏକ୍ସ ଟ୍ରା ବ୍ୟୁରୋ):ଗୁରୁବାର ଅପରାହ୍ଣରେ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କେ. ଶାଳବଣ ନିକଟରେ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି l ପ୍ରାପ୍ତ ସୂଚନା ଅନୁଯାୟୀ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମର ନାରାୟଣ ଜେନା (୨୩) ଓ ରଞ୍ଜନ ବାରିକ ଏକ ମୋଟର ସାଇକେଲ ଯୋଗେ ଅଙ୍ଗାର ଗାଁ ପଟରୁ ନିଜ ଗାଁ କୁ ଆସୁଥିବା ବେଳେ ଶାଳବଣ ନିକଟ ରାସ୍ତାର ପାର୍ଶ୍ଵରେ ଭାରସାମ୍ୟ ହରାଇ ଏକ ସ୍ଥାନରେ ଧକ୍କା ହେବା ଯୋଗୁଁ ଦୁଇଜଣ ଗୁରୁତର ଆହତ ହୋଇଥିଲେ l ପରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର୍ ସ୍ଥାନାନ୍ତର କରାଯାଇଛି l ଉଭୟଙ୍କ ଅବସ୍ଥା ସଂକଟାପନ୍ନ ରହିଛି l

LEAVE A REPLY

Please enter your comment!
Please enter your name here