ମା ଠାକୁରାଣୀ ଙ୍କ ବିଗ୍ରହ ପ୍ରତିଷ୍ଠା

0
170

ଗଞ୍ଜାମ: ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ଠାରେ ମା ଠାକୁରାଣୀ ଙ୍କ ବିଗ୍ରହ ପ୍ରତିଷ୍ଠା ବେଶ ଧୁମ ଧାମ ରେ ପାଳିତ ହୋଇ ଯାଇଛି | ମା ଠାକୁରାଣୀ ଙ୍କ ଏହି ପୁନଃ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ତାଳସର ତଥା ଆଖ ପାଖ ଅଞ୍ଚଳର ଶତାଧିକ ଭକ୍ତ ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟରେ ସହଯୋଗ କରିବା ସହିତ ପାଞ୍ଚ ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ପାଇଁ ଅନ୍ନ ମହାପ୍ରସାଦ ବଣ୍ଟନ ରେ ସହଯୋଗ କରିଥିଲେ | ଶତାଧିକ ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା ସମେତ ଯଜ୍ଞ ର ରୀତିନୀତି ଅନୁସାରେ ବିଶିଷ୍ଠ ପଣ୍ଡିତ, ବ୍ରାହ୍ମଣ ଙ୍କ ବୈଦିକ ମନ୍ତ୍ର ରେ ମା ଠାକୁରାଣୀ ମନ୍ଦିରର ପୁନଃ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମାପନ ହୋଇଥିଲା | ତାଳସର ଗ୍ରାମର ବହୁ ଶ୍ରଦ୍ଧାଳୁ, ଭକ୍ତ ଏହି କାର୍ଯ୍ୟ ରେ ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here