କୋଦଳା ପୋଲିସ ତରଫରୁ ସଡ଼କ ସୁରକ୍ଷା ମାସ ପାଳନ

0
286

କୋଦଳା(ଭଞ୍ଜ କିଶୋର ମହାରଣା) ଦୁର୍ଘଟଣା ଜନିତ ମୃତ୍ୟରେ ଭାରତ ଅନ୍ୟ ଦେଶ ଠାରୁ ଆଗରେ ଥିବା ବେଳେ ଏହି ସଂଖ୍ୟାକୁ ହ୍ରାସ କରିବା ପାଇଁ ସରକାରଙ୍କ ତରଫରୁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲା କୋଦଳା ଥାନା ତରଫରୁ ମଧ୍ୟ ୩୨ ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି।ଉକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ  ଜନ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ଏଥିରେ ସଚେତନ ରଥ ବୁଲିବା ସହ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ କଲେଜ ଓ ବି.ଇଡି କଲେଜର ଛାତ୍ର ଛାତ୍ରୀ ଙ୍କ ସମେତ ପୋଲିସ ଅଧିକାରୀ ମାନେ ହାତରେ ପ୍ଲା କାର୍ଡ ଓ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏଥିସହ ଦୁର୍ଘଟଣା ର ବିଭିନ୍ନତା ଦିଗ ଉପରେ ଆଲୋଚନା ମଧ୍ୟ ହୋଇଥିଲା। ଯେପରିକି ଟ୍ରାଫିକ ନିୟମ ମାନିବା,ହେଲମେଟ ପରିଧାନ କରିବା,କାର ଚଳେଇଲା ବେଳେ ସିଟ ବେଲ୍ଟ ପରିଧାନ କରିବା, ମଦ୍ୟପାନ କରି ଗାଡି ନ ଚଳାଇବା ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଏହି ସମୟରେ କୋଦଳା ଥାନାଧିକାରୀ ଦେବାଶିଷ ମହାନ୍ତି,ଏସଆଇ ଅନିଲ କୁମାର ସାହୁ, ଆରତୀ ପରିଡା ଏବଂ ଏଏସଆଇ ମହେଶ୍ୱର ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here