କଥା ଦେଇ କଥା ରଖି ପାରିଲେନି ଶୁଭମ,କିଡନି ରୋଗରେ ଆରପାରିରେ ୨୧ ବର୍ଷୀୟ ଶୁଭମ

0
476

ଆସିକା(ଜଗନ୍ନାଥ ସାହୁ) ଗଂଜାମ ଜିଲ୍ଲା ଆସିକା ବ୍ଳକ ଅନ୍ତର୍ଗତ ଜୟପୁର ଗ୍ରାମର ୨୧ ବର୍ଷୀୟ ଯୁବକ ଶୁଭମ୍ ରାଉଳ (ସମୀର) | ଚେହେରା ଯେମିତି ଡଉଲ ଡାଉଲ, କର୍ମ ମଧ୍ୟ ବହୁତ ସୁନ୍ଦର |ଦୌଡ଼ା ଦୌଡ଼ି କରି ସଦା ସର୍ବଦା ପ୍ରସ୍ତୁତି କରୁଥିଲେ ଆଗକୁ ଯାଇ ଭାରତୀୟ ଆର୍ମି ରେ ଯୋଗ ଦେଇ ଘର ଲୋକଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ, କିନ୍ତୁ ବିଧିର ବିଧାନ ଆଗରେ ସମର୍ପଣ ହେଇଯିବ ଶୁଭମ ଙ୍କ ଜୀବନ ଏହା କେବେ ଭାବି ନଥିଲେ ପରିବାର ଲୋକ | ଏମିତି ଦୌଡୁ ଦୌଡୁ ହଠାତ ଦିନେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲା |ମେଡିକାଲ ଯାଇ ପରୀକ୍ଷା କଲା ପରେ ଜଣା ପଡିଲା ତାଙ୍କର ଦୁଇଟିଯାକ କିଡିନି ଖରାପ ହୋଇ ଯାଇଛି |ଏ ନେଇ ବିଭିନ୍ନ ଗଣମାଧ୍ୟମ ରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା | ପରେ କଟକ ବଡ ମେଡିକାଲରେ ଚିକିଶ୍ଚିତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଶୁଭମ | ଛିଡି ପଡିଲା ପରିବାର ର ଏକ ଅଙ୍ଗ | ଭାଙ୍ଗି ପଡିଲେ ବାପା, ମା, ଭଉଣୀ | ଗାଁ ରେ ଯେମିତି କାହା ତୁଣ୍ଡରୁ କଥା ପଦେ ବାହାରୁ ନଥିଲା | ଜଣେ ସଚୋଟ, ପରୋପକାରୀ ଯୁବକ ଙ୍କ ମୂର୍ତ୍ୟୁରେ ମ୍ରିୟମାଣ ଥିଲେ ଗ୍ରାମବାସୀ | ଗତ ତିନି ତାରିଖ ଦିନ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ପାର୍ଥିବ ଶରୀର ଗ୍ରାମରେ ରାତ୍ର ୧୧ଘଣ୍ଟ ସମୟରେ ପହଚିଂଥିଲା | ଅସମ୍ଭାଳ ଶୋକାକୁଳ ପରିବେଶ ଭିତରେ ଶେଷ ଯାତ୍ରା ପାଇଁ ପ୍ରସ୍ତୁତି ହୋଇ ସାରିଥିଲେ ଶୁଭମ | ସ୍ମସାନ ଯାତ୍ରା ଭିତରେ ସାଉଁଟି ଚାଲିଥିଲେ ଗ୍ରାମ ବାସି, ପରିବାର, ବନ୍ଧୁ ପରିଜନ ଙ୍କ ଭଲ ପାଇବାର ପ୍ରତ୍ୟେକ ମୁହୂର୍ତ୍ତ |ସମସ୍ତ ଙ୍କ ଆଖିରୁ ଧାର ଧାର ଅଶ୍ରୁ ବହିଚାଲିଥିଲା | କେବଳ ଶୁଭମ ଶୁଭମ ଡାକରେ ଫାଟି ପଡୁଥିଲା ଗାଁ |ଗତ ଚଉଦ ତାରିଖ ଥିଲା ତାଙ୍କର ଦ୍ଵାଦଶାହ ଦିବସ | ତାଙ୍କୁ ମନେ ପକାଇବା ପାଇଁ ଆୟୋଜିତ ହୋଇଥିଲା ସ୍ମୃତିସଭା |ହରିଙ୍କ ଗାଥା,ସଂକୀର୍ତନ ମଧ୍ୟରେ ମନେ ପଡୁଥିଲେ ଶୁଭମ | ପୂର୍ବରୁ ସେ ଜୟପୁର ମହାଭାରତ ନାଟକର କିଚକ ରୋଲରେ ମଧ୍ୟ ଅଭିନୟ କରିଥିଲେ |ନମ୍ର, ଶାନ୍ତସ୍ଵଭାବ, ପରୋପକାରୀ ଯୁବକ ଙ୍କ ଅକାଳ ମୁର୍ତ୍ୟୁ ରେ ଭାଙ୍ଗି ପଡ଼ିଥିଲେ
ଜୟପୁର ବାସିନ୍ଦା | ତାଙ୍କ ଦ୍ଵାଦଶାହ ତିଥିରେ ଜୟପୁର ମହାଭାରତର ସମସ୍ତ କଳାକାର ଓ ଗ୍ରାମବାସି ଶୁଭମ ଅମର ରହେ ଧ୍ଵନୀ ରେ ତାଙ୍କ ଅମର ଆତ୍ମାର ସଦ୍ଗତୀ ନିମନ୍ତେ ପ୍ରାର୍ଥନା କରଥିଲେ |

LEAVE A REPLY

Please enter your comment!
Please enter your name here