କଂଗ୍ରେସ ଦଳର ୬ଘଣ୍ଟିଆ ବନ୍ଦ ପାଳନ

0
422

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲାରେ କଂଗ୍ରେସ ଦଳ ପକ୍ଷରୁ ଦେଇଥିବା ଛଅ ଘଣ୍ଟିଆ ବନ୍ଦ ପାଳନ ସଫଳ ହେଇଛି । ଜିଲ୍ଲା ସଦର ମହକୁମା ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ବ୍ଲକରେ ବନ୍ଦ ଡାକରା ର ପ୍ରଭାବ ଦେଖିବାକୁ ମିଳିଛି । କୋଷାଗୁମୁଡା ବ୍ଲକ ରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଆଜି ସକାଳ ୭ଟା ରୁ ବ୍ଲକର କୋଷାଗୁମୁଡା , କୋଡ଼ିଙ୍ଗା ଓ ଅନ୍ୟ ସ୍ଥାନରେ କଂଗ୍ରେସ କର୍ମୀ ମାନେ ହାତରେ ଦଳୀୟ ପତାକା ଧରି ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରି କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ନାରବାଜି ଦେଇ ସମ୍ପୂର୍ଣ୍ଣ ଦୋକାନ ବଜାର , ସରକାରୀ ବେସରକାରୀ ଅନୁଷ୍ଠାନ , ସ୍କୁଲ, କଲେଜ କୁ ବନ୍ଦ କରିଥିଲେ । କଂଗ୍ରେସ ର ବନ୍ଦ ଡାକରା ଯୋଗୁଁ ବିଭିନ୍ନ ସ୍ଥାନରେ ଶତାଧିକ ଗାଡି ଚାଳଚଳ ବନ୍ଦ ରହିଥିଲା । କୋଷାଗୁମୁଡା ବ୍ଲକ ସଦର ମହକୁମା ଠାରେ ପଦମସାଇ ମାଳି , ଯୁଗଧର ହରିଜନ , ଭୁବନେଶ୍ୱର ନାୟକ , ମହେଶ୍ୱର ଭଣ୍ଡାରୀ , ରଘୁ ମାଝୀ , ଅର୍ଜୁନ ବିଶୋଇ , ପୁର୍ଣ ମାଝୀ ପ୍ରମୁଖ ଉପସ୍ଥିତ ଥିବା ବେଳେ କୋଡ଼ିଙ୍ଗା ଠାରେ କୋଷାଗୁମୁଡା ବ୍ଲକ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ମିଶ୍ର , ଜିଲ୍ଲା କଂଗ୍ରେସ ଉପସଭାପତି ଧରମ ସିଂ , ବ୍ଲକ କଂଗ୍ରେସ ସଭାପତି ବାବୁଲି ବାଘ ,ଗୋବର୍ଦ୍ଧନ ଭତରା ଙ୍କ ସହ ଶତାଧିକ କର୍ମୀ ମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରି ସମ୍ପୂର୍ଣ୍ଣ ବନ୍ଦ କରିଥିଲେ । ସେହିପରି ପୁଲିସ ତରଫରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିଲା । କୋଡ଼ିଙ୍ଗା ରେ ଆଜି ସାପ୍ତାହିକ ହାଟ ଥିଲା , କିନ୍ତୁ କଂଗ୍ରେସର ବନ୍ଦ ଡାକରା ଯୋଗୁଁ ହାଟ ବନ୍ଦ ରହିଥିଲା । ଛୋଟ ବଡ଼ ବ୍ୟବସାୟୀ ମାନଙ୍କ ଉପରେ ଏହାର ପ୍ରଭାବ ପଡିଥିଲା ।

LEAVE A REPLY

Please enter your comment!
Please enter your name here