ନିଜ ବାରଣ୍ଡାରେ ବସିଥିବା ବେଳେ ଜେସିବିର ବକେଟ ଛିଡି ଜଣେ ବ୍ୟକ୍ତି ମୃତ

0
535

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ପାଙ୍ଗିଡି ଗ୍ରାମରେ ଫେବୃୟାରୀ ୧୫ ତାରିଖ ଦିନ ପାଇପ ଜଳ ଯୋଗାଣ ପାଇଁ କାମ ଚାଲିଥିବା ବେଳେ ହତାତ୍ ଜେସିବି ର ବକେଟ ଛିଣ୍ଡି ନିଜ ବାରଣ୍ଡାରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ପଡିବା ଯୋଗୁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାଙ୍ଗିଡି ଗ୍ରାମର ସମସ୍ତ ପରିବାରକୁ ପାଇପ ଜଳ ଯୋଗାଣ ପାଇଁ ଟେଣ୍ଡର ହୋଇ ଥିବା ବେଳେ ଠିକାଦାର ଭାବେ ଓଡ଼ଗାଁ ଥାନା ରୋଇବାଙ୍କ ଗ୍ରାମର ନୀଳାଞ୍ଚଳ ପ୍ରଧାନ କାମ କରୁଛନ୍ତି। ଠିକାଦାର ଶ୍ରୀ ପ୍ରଧାନ ପାଇପ ଲାଇନ ଖୋଲିବା ପାଇଁ ଓଡ଼ଗାଁ ର ଧୃବ ସାହୁଙ୍କ ଓଡ଼ି ୨୫ ଏ ୭୫୩୫ ନମ୍ବର ଜେସିବି କୁ ଭଡାରେ ଆଣି କାମ କରୁଥିଲେ। ସୋମବାର ଦିନ ସକାଳେ ଜେସିବି ଦ୍ୱାରା ପାଙ୍ଗିଡି ଗ୍ରାମର ମୁଖ୍ୟ ରୋଡ଼ କଡରେ ପାଇପ ଲାଇନ ପାଇଁ ମାଟି ଖୋଲିବା କାର୍ଯ୍ୟ ଚାଲିଥିବା ବେଳେ ହତାତ୍ ଜେସିବିର ବକେଟ ଛିଡିଯାଇଥିଲା। ବକେଟ ଟି ଛିଡି ନିକଟସ୍ଥ ନିଜ ଘର ବାରଣ୍ଡାରେ ବସିଥିବା ସୁବାସ ଦୋରା (୬୦)ଙ୍କ ଉପରେ ପଡିଥିଲା। ସାଙ୍ଗେ ସାଙ୍ଗେ ପାଙ୍ଗିଡି ସରପଞ୍ଚ ସୁଶାନ୍ତ କୁମାର ଆପଟ ବକେଟ ମାଡରେ ଅଚେତ ଅବସ୍ଥାରେ ପଡିଥିବା ସୁବାସଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ଡାକ୍ତର ସୁବାସ ଦୋରାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପାଠ ଲେଖିବା ସୁଦ୍ଧା ବୁଗୁଡା ଥାନାରେ ମାମଲା ପଞ୍ଜୀକୃତ ହୋଇ ନଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here