ଫସର ଫାଟିଲା ଆନ୍ଧ୍ରର ଚାଲ୍, ଭୋଟ ଦେଲାନି ଗଙ୍ଗାବାଡ ପଞ୍ଚାୟତ ଲୋକେ

0
319

ପାରଳାଖେମୁଣ୍ଡି(ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଠିକ୍ ସମୟରେ ଆନ୍ଧ୍ର ର ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା ରେ କେହି ଜଣେ ହେଲେ ଓଡ଼ିଶାର। ଜଣେ ହେଲେ ଭୋଟ ଗ୍ରହଣ କେନ୍ଦ୍ରକୁ ଭୋଟ ଦେବାକୁ ଯାଇନଥିଲେ। ଫଳରେ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ଯୋଗୁଁ ପଣ୍ଡ ହୋଇଛି ଆନ୍ଧ୍ରର ଅନୁପ୍ରବେଶ ଷଡଯନ୍ତ୍ର । ଯୁଗ୍ମ ସର୍ଭେରେ ଓଡିଶା ବୋଲି ସ୍ପଷ୍ଟ ହୋଇଥିବା ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତର ୬ଗୋଟି ଗାଁକୁ ନିଜର ବୋଲି ଦର୍ଶାଇ ସେଠାକର ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଜରିଆରେ ନିଜ ଭୋଟର ବନାଇ ନେଇଥିଲା ଆନ୍ଧ୍ର ।ଫସର ଫାଟିଲା ଆନ୍ଧ୍ରର ଚାଲ୍, ଭୋଟରେ ସାମିଲ ହେଲାନି ଗଙ୍ଗାବାଡ ପଞ୍ଚାୟତଆଶା ରଖିଥିଲା ଶନିବାର ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସେ ଭୋଟଗୁଡିକୁ ହାତେଇ ନେବ । ତେବେ ଜିଲ୍ଲା ପ୍ରଶାସନର ପଦକ୍ଷେପ ଯୋଗୁଁ ଆନ୍ଧ୍ରର ଚାଲ୍ ଫସର ଫାଟିଛି । ଜଣେ ହେଲେ ଓଡିଶାର ଲୋକେ ଭୋଟ ପ୍ରକ୍ରିୟାରେ ଅଂଶଗ୍ରହଣ କରିନାହାନ୍ତି । ଏପରିକି ଆନ୍ଧ୍ର ଅଧିକାରୀମାନେ ଗାଁକୁ ଗାଁ ବୁଲି ଲୋକଙ୍କୁ ଭୋଟ ଦେବାକୁ ଡାକିଥିଲେ ମଧ୍ୟ କେହି ଯାଇନଥିବା ଜଣାପଡିଛି ।ଆନ୍ଧ୍ରର ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶନିବାର ଅନୁଷ୍ଠିତ ହୋଇଛି । ଓଡିଶା ସୀମାନ୍ତରେ ଥିବା ବିଭିନ୍ନ ଅଞ୍ଚଳରେ ଏହି ପର୍ଯ୍ୟାୟ ଭୋଟଦାନ ହୋଇଛି । ତେବେ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଓଡିଶାର ଅନେକ ଗାଁକୁ ନିଜର ବୋଲି ଦର୍ଶାଇ ସେଠାକାର ଲୋକଙ୍କୁ ଭୋଟର କରିନେଇଛି । ସେଭଳି କିଛି ଗଜପତି ଜିଲ୍ଲାର ଗାଁକୁ ମଧ୍ୟ ଟାର୍ଗେଟ କରିଥିଲା ଆନ୍ଧ୍ର । ସେମାନଙ୍କ ଠାରୁ ଆଜି ଭୋଟ ନେବା ପାଇଁ ଷଡଯନ୍ତ୍ର ରଚିଥିଲା । ଆନ୍ଧ୍ରର ଏଭଳି ଦାଦାଗିରି ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରାଇ ପ୍ରଥମେ ମାଣିକପାଟଣା ଗାଁରୁ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ରର ପ୍ରାର୍ଥୀ ହୋଇଥିବା ୨ଜଣ ମହିଳାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଇଛନ୍ତି । ଏହାପରେ ଲୋକଙ୍କ ମୌଳିକ ସମସ୍ୟାକୁ ବୁଝି ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଫଳରେ ପ୍ରଶାସନର ଏହି ପ୍ରତିଶ୍ରୁତି ପରେ ୬ଗୋଟି ଗାଁର ଲୋକେ ଆନ୍ଧ୍ରଠାରୁ ମୁହଁ ଫେରାଇ ନେଇଛନ୍ତି । ଯାହା ଆନ୍ଧ୍ରର ଷଡଯନ୍ତ୍ରକୁ ଶକ୍ତ ଝଟକା ବୋଲି ଗଙ୍ଗାବାଡ ପଞ୍ଚାୟତର ପୂର୍ବତନ ସରପଞ୍ଚ କହିଛନ୍ତି । ସେହିପରି ପ୍ରଶାସନ ନିଜର ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ଦୁଇଟି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରିଥିବାରୁ ଲୋକେ ଖୁବ ଖୁସି ଅଛିନ୍ତି ।ସୂଚନା ଅନୁଯାୟୀ, ସକାଳ ୭ଟାରୁ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଗଙ୍ଗାବାଡ ପଞ୍ଚାୟତର କୌଣସି ଗାଁରୁ କେହି ବି ଭୋଟ ଦେବାକୁ ନ ଯିବାରୁ ଆନ୍ଧ୍ରର ଅଧିକାରୀ ଏବଂ ପୋଲିସ ବିଭିନ୍ନ ଗାଁରେ ପହଞ୍ଚି ଲୋକଙ୍କୁ ଭୋଟ ଦେବା ପାଇଁ ଡାକିଥିଲେ । ଆନ୍ଧ୍ର ଅଧିକାରୀମାନେ ଓଡିଶା ମଧ୍ୟରେ ପ୍ରବେଶ କରି ଏଭଳି କରୁଥିବା ଦେଖି ତାଙ୍କୁ ଘେରି ଯାଇଥିଲେ ଗଣମାଧ୍ୟମ । ଫଳରେ ତୁରନ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଆନ୍ଧ୍ର ଅଧିକାରୀ । ତେବେ ଏହା ଆନ୍ଧ୍ରର ଗାଁ । କେହି ଲୋକଙ୍କୁ ଭୋଟ ଦେବାରୁ ଅଟକାଇବା ଖବର ପାଇଥିବା ଯୋଗୁଁ ସେ ଏଠାକୁ ଆସିଥିଲେ ଏବଂ ଜଣେ ହେଲେ ବି ଏହି ଅଞ୍ଚଳର ଲୋକେ ଭୋଟ ଦେଇନଥିବା ଆନ୍ଧ୍ର ଅଧିକାରୀମାନେ କହିଛନ୍ତି ।
ଅନ୍ୟପଟେ ଆନ୍ଧ୍ରର ଏହି ଚକ୍ରାନ୍ତ ପରେ ଏହିସବୁ ଅଞ୍ଚଳରେ ଯେଉଁ ମୌଳିକ ସମସ୍ୟା ରହିଥିଲା ତାର ସମାଧାନ ପାଇଁ କାମ ଆରମ୍ଭ ହୋଇଛି । ବର୍ତ୍ତମାନ ଶିକ୍ଷାର ବିକାଶ ପାଇଁ ୧୨୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ କରିବାକୁ ସରକାର ଘୋଷଣା କରୁଥିବବେଳେ ଗମନାଗମନର ସୁବିଧା ପାଇଁ ଗୁଡୁଖୁଡିଠାରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ କରାଯିବ । ସେହିପରି ଓଡିଶା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏହା ଅତିଶୀଘ୍ର ଶେଷ ହେବ ବୋଲି ଉପଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here