ଛାତ୍ରବତ୍ସଳ ଗୁରୁନାଥ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

0
364

ଆସିକା: ହରିହର ହାଇସ୍କୁଲର ପୁରାତନ ଛାତ୍ର ସମୂହଙ୍କ ପକ୍ଷରୁ ଆଜି ଛାତ୍ରବତ୍ସଳ ଗୁରୁନାଥ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଗଣେଶ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଗୁରୁନାଥ ମିଶ୍ର, ଶେଷ ନିଶ୍ବାସ ତ୍ୟାଗ କରିଥିବା ଶିକ୍ଷକ ଓ ସାଙ୍ଗ ମାନଙ୍କ ଉଦ୍ଦେଶ୍ୟ ରେ ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶିକ୍ଷକ ମାନଙ୍କ ତ୍ୟାଗ, ପ୍ରେରଣା ଏବଂ ଛାତ୍ର ମାନଙ୍କୁ ମଣିଷ ଭଳି ମଣିଷ ଟିଏ କରି ଗଢିବା ଯେଉଁ ପ୍ରଚେଷ୍ଟା ସେଥିପାଇଁ ଆଜି ସମାଜରେ ନିଜ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ଶିକ୍ଷକ ମାନଙ୍କ ମଧ୍ୟରୁ ଗୁରୁନାଥ ମିଶ୍ର ଅନ୍ୟତମ । ତାଙ୍କ ସ୍ନେହ ଓ ଶ୍ରଦ୍ଧା ଯୋଗୁଁ ଛାତ୍ରମାନଙ୍କ ସେ ଅତିପ୍ରିୟ ଥିଲେ ବୋଲି ଉପସ୍ଥିତ ଛାତ୍ର ମାନେ ମତ ଉପସ୍ଥାପନ କରିଥିଲେ । ଗତ ୧୫ ଜୁନରେ ସେ କରୋନାରେ ଆକ୍ରାନ୍ତ ହୋଇ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ବାର୍ତ୍ତା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସମସ୍ତ ପୁରାତନ ଛାତ୍ର ଏକାଠି ହୋଇ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିବା ପାଇଁ ପ୍ରଚେଷ୍ଟା କରି ସଫଳ ହୋଇଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷକ ପ୍ରଫୁଲ୍ଲ ପାଣିଗ୍ରାହୀ, ଶିକ୍ଷକ ଦୁର୍ଗା ଚରଣ ମିଶ୍ର, ଏହି ସ୍କୁଲର ଛାତ୍ର ତଥା ବର୍ତ୍ତମାନର ପ୍ରଧାନ ଶିକ୍ଷକ ଶିବରାମ ମହାରଣା ଆଦି ଉପସ୍ଥିତ ଥିଲେ । ପୁରାତନ ଛାତ୍ର ସମାଜ ପକ୍ଷରୁ ସତ୍ୟ ନାରାୟଣ ସ୍ବାଇଁ, ଶ୍ରୀନିବାସ ପାତ୍ର, ଶ୍ୟାମ ସୁନ୍ଦର ପାଢୀ, ଶଙ୍କର ସାହୁ, ଯତିରାଜ ପାଣିଗ୍ରାହୀ, ରବିନ୍ଦ୍ର କୁମାର ସାହୁ, ବଦ୍ରି ନାରାୟଣ ପାତ୍ର, ସଂଜୟ ମହାରଣା, ଏଙ୍କେଟ ରାଓ ଦୋରା, ସମିତ ପଟ୍ଟନାୟକ, ନିରଞ୍ଜନ ସାହୁ, ଜଗନ୍ନାଥ ପାତ୍ର, ସୁନୀଲ ପାତ୍ର, ଦେବାଶିଷ ସୁବୁଦ୍ଧି, ଶ୍ରୀନିବାସ ଆଚାରୀ ଆଦି ବହୁ ସଂଖ୍ୟାରେ ଛାତ୍ର ଉପସ୍ଥିତ ଥିଲେ । ଆସନ୍ତା ଦିନରେ ସ୍କୁଲର ଶତବାର୍ଷିକୀ ଉତ୍ସବ ମହାସମାରୋହରେ ଆୟୋଜନ କରିବା ପାଇଁ ଏହି ସଭାରେ ଆଲୋଚନା ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here